ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ | ବାଲେଶ୍ବର ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି, ସେତେ ବଢ଼ି ଚାଲିଛି ବାଲେଶ୍ୱରରେ ନିର୍ବାଚନି ଉଷ୍ଣତା | ସେହିପରି ଭାବରେ ଭାଜପାର ମିଶ୍ରଣ ପର୍ବଦ୍ୱାରା ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ର ବସ୍ତା ବିଧାନସଭା ନିର୍ବାଚନ ମଣ୍ଡଳୀ ର ଦିନକୁ ଦିନ ବିଜେପିର ପଲ୍ଲା ଭାରି ହେବାରେ ମଧ୍ୟ ଲାଗିଛି |
ଆଜି ବାଲେଶ୍ୱର ଲୋକସଭା କାର୍ଯ୍ୟାଳୟ ରୟାଲ କୁଇନ ମଣ୍ଡପରେ ବସ୍ତା ନିର୍ବାଚନ ମଣ୍ଡଳୀ ର ଦକ୍ଷ ବିଜେଡି ନେତା, ପୂର୍ବତନ ସରପଞ୍ଚ ସଞ୍ଜୀବ ପାଢ଼ୀ ଆଜି ବିଜୁ ଜନତା ଦଳ ପରିତ୍ୟାଗ କରି ବିଦ୍ଧିବଦ୍ଧ ଭାବରେ ଭାରତୀୟ ଜନତା ପାର୍ଟି ରେ ଯୋଗଦାନ କରିଛନ୍ତି। ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଙ୍କ ଉପସ୍ଥିତ ରେ ଶ୍ରୀ ପାଢ଼ୀ ଆଜି ବିଜେପି ରେ ଯୋଗ ଦାନ କରିଛନ୍ତି | ଏହି ସମୟରେ ସାଂସଦ ଶ୍ରୀ ଷଡ଼ଙ୍ଗୀ ଓ ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ତାଙ୍କୁ ଦଳୀୟ ଟୋପି, ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରି ବିଜେପି କୁ ଆମନ୍ତ୍ରଣ କରିଥିଲେ |
ଶ୍ରୀ ପାଢ଼ୀ ତାଙ୍କ ସମର୍ଥକ ଙ୍କ ସହ ତଥା ପୁର୍ବତନ ସରପଞ୍ଚ ମାନସୀ ପାଢ଼ୀ, ବିଜେଡ଼ି ପଞ୍ଚାୟତ ସଭାପତି ଦିବାକର ମହାଳିକ, ବାଲିଆପାଳ କଳାକାର ସଂଘର ମୁଖ୍ଯ ହିମାଂଶୁ ପାତ୍ର, ବନମାଳୀ ବାରିକ, ବିଜେଡ଼ି ନେତା ମଧୁସୂଦନ ପଣ୍ଡା, ମନୋରଞ୍ଜନ ବିଶ୍ବାଳ, ସୁଧାକୃଷ୍ଣ ଜେନା, ପ୍ରଶାନ୍ତ କୁମାର ଦାସ, ବାଦଲ ବେହେରା ଓ ଶିବ କୁମାର ଦାସଙ୍କ ସମେତ ୭୦୦ ରୁ ଉର୍ଦ୍ଧ୍ୱ ବିଜେଡ଼ି ଓ କଂଗ୍ରେସ କର୍ମୀ ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି।