ବିଜୟ ସଙ୍କଳ୍ପ ଶୋଭାଯାତ୍ରା ନାମରେ ଶକ୍ତି ପ୍ରଦର୍ଶନ କଲେ ବ୍ରଜ ମୋହନ ପ୍ରଧାନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଜୟ ସଙ୍କଳ୍ପ ଶୋଭାଯାତ୍ରା ନାମରେ ଶକ୍ତି ପ୍ରଦର୍ଶନ କଲେ ଜଳେଶ୍ୱର ନିର୍ବାଚନ ମଣ୍ତଳୀ ର ବିଜେପି ବିଧାୟକ ପାର୍ଥି ବ୍ରଜ ମୋହନ ପ୍ରଧାନ ଏବଂ ବାଲେଶ୍ବର ସାଂସଦ ପ୍ରାଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ |

ଆଜି ବିଜେପି ପ୍ରତିଷ୍ଠା ଦିବସ ଅବସର ରେ ବାଲେଶ୍ବର ଜିଲ୍ଲା ଜଳେଶ୍ୱର ନିର୍ବାଚନ ମଣ୍ତଳୀ ଅନ୍ତର୍ଗତ ଚାଲନ୍ତି ସ୍ଥିତ ହନୁମାନ ମନ୍ଦିର ନିକଟରୁ 3 ହଜାର ବିଜେପି କର୍ମୀ ଏକ ବିଶାଳ ବାଇକ ରାଲି ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରି ଥିଲେ | ରାଷ୍ଟ୍ରବାଦୀ ବିଚାରକୁ ଆଧାର କରି 1980 ମସିହାରେ ଗଠନ ହୋଇଥିବା ଭାରତୀୟ ଜନତା ପାର୍ଟି ଆଜି 45 ତମ ସ୍ଥାପନା ଦିବସ ପାଳନ କରୁଛି |

1984 ମସିହା ସାଧାରଣ ନିର୍ବାଚନରେ ବିଜେପି ମାତ୍ର 2 ଟି ସାଂସଦ ପ୍ରାର୍ଥୀ ନିର୍ବାଚିତ ହୋଇଥିବା ବେଳେ ଆଗାମୀ ଲୋକସଭା ନିର୍ବାଚନରେ 400 ରୁ ଉର୍ଦ୍ଧ୍ୱ ଆସନ ଜିତିବା ଲକ୍ଷ୍ୟ ରଖିଛି ବିଜେପି | ଦୀର୍ଘ 44 ବର୍ଷର ଯାତ୍ରାରେ ବିଜେପି ସର୍ବଦା ଦେଶର ସାମଗ୍ରିକ ବିକାଶକୁ ପ୍ରାଧାନ୍ୟ ଦେଇଆସିଛି ବୋଲି ବିଧାୟକ ପ୍ରାର୍ଥୀ ବ୍ରଜ ମୋହନ ପ୍ରଧାନ କହିଛନ୍ତି | ତେବେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଙ୍କ ବିଜେପି ଦଳ ଛାଡିବା ପରେ ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି ରଘୁନାଥ ମହାନ୍ତି ଦଳ ରୁ ଟିକଟ ନ ପାଇବାରୁ ଦଳ ଛାଡିଛନ୍ତି | ଏହା ଦ୍ବାରା ଦଳର କୌଣସି ପ୍ରଭାବ ପଡିବ ନାହିଁ |

Leave A Reply

Your email address will not be published.