ଗହଣା ଦୋକାନୀଙ୍କ ଠାରୁ ଦୁର୍ବୃତ୍ତ ମାନେ ଗହଣା ଲୁଟ କରି ଫେରାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ସିଙ୍ଗଲା ଥାନା ଅନ୍ତର୍ଗତ ମଛଦା ନିକଟରେ ବନ୍ଧୁକ ଫୁଟାଇ ଜନୈକ ଗହଣା ଦୋକାନୀ ଙ୍କ ଠାରୁ ଦୁର୍ବୃତ୍ତ ମାନେ ଗହଣା ଲୁଟ କରି ଫେରାର ହେବା ଘଟଣା ବସ୍ତା ରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ପ୍ରକାଶ ଯେ ଏହି ଥାନା ଅନ୍ତର୍ଗତ ନାଇକୁଡ଼ି ଗ୍ରାମର କାହ୍ନୁ ଚରଣ କାମୀଳା ଙ୍କ ବସ୍ତା ଥାନା ଅନ୍ତର୍ଗତ ପତ୍ରଝଡ଼ା ଗ୍ରାମରେ ଏକ ଗହଣା ଦୋକାନ ଅଛି। ସେ ସ୍ଥାନୀୟ ହାଟରୁ ଦୋକାନ ସାରି ତାଙ୍କ ବାଇକ ରେ ଘରକୁ ଯାଉଥିବା ସମୟରେ ମଛଦା ଗ୍ରାମ ନିକଟରେ ୬ଜଣ ଦୃର୍ବୁତ୍ତ ତାଙ୍କୁ ଅଟକାଇ ବାକୁ ଉଦ୍ୟମ କରିଥିଲେ। ସେ ନ ଅଟକିବାରୁ ତାଙ୍କୁ ଦୃର୍ବୁତ୍ତ ମାନେ ପଛରୁ ଗୁଳି ମାରିଥିଲେ। ଫଳରେ ସେ ଭୟରେ ପଡ଼ିଯିବା ସହ ଅଳ୍ପକେ ବର୍ତ୍ତି ଯାଇଥିଲେ।

ଲୁଟେରା ମାନେ ତାଙ୍କ ବାଇକ୍ ଡିକି ଭାଙ୍ଗି ଗହଣା ବ୍ୟାଗ ଧରି ଚମ୍ପଟ ମାରିବାରେ ସଫଳ ହୋଇ ଥିଲେ। ଏନେଇ ଲୁଟ୍ ର ଶିକାର ହୋଇ ଥିବା କାନ୍ନା ଶୀଙ୍ଗଲା ଥାନା କୁ ଖବର ଦେବା ପରେ ପୁଲିସ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରକାଶ ଯେ କିଛି ଦିନ ଧରି ବସ୍ତା ଅଞ୍ଚଳ ରେ ଲୁଟ ତରଜ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି। କେତେ ଟଙ୍କା ର ଗହଣା ଚୋରୀ ହୋଇଛି ସେ ନେଇ କୌଣସି ତଥ୍ୟ ଜଣା ପଡି ନାହିଁ।

Leave A Reply

Your email address will not be published.