ସୁଦାମଙ୍କୁ ନେଇ ମୋରଡ଼ା ରୁ ପ୍ରଚାର ଆରମ୍ଭ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସୁଦାମଙ୍କୁ ନେଇ ମୋରଡ଼ା ରୁ ପ୍ରଚାର ଆରମ୍ଭ କଲେ ବିଜେଡି ପାର୍ଥିନୀ ପ୍ରିତିନନ୍ଦା କାନୁନଗୋ। ମୋରଡ଼ାର ପ୍ରଥମ ମହିଳା ବିଧାୟିକା ପାର୍ଥିନୀ ଭାବରେ ମଇଦାନକୁ ଓହ୍ଲାଇଛନ୍ତି ପ୍ରିତିନନ୍ଦା।

ଆଜି ମୋରଡ଼ା ର ମହାବିଲା ପଞ୍ଚାୟତ ଭୂଷକୁଣ୍ଡା ଗାଁର ଲକ୍ଷ୍ମୀ ମନ୍ଦିର ଠାରେ ପୂଜା ଅର୍ଚ୍ଚନା କରି ପ୍ରଚାର ଆରମ୍ଭ କରିଛି ବିଜେଡି। ଏହି ପ୍ରଚାରରେ ବିଜେଡ଼ି ସାଂସଦ ପାର୍ଥି ସୁଦାମ ମାରାଣ୍ଡି ମଧ୍ୟ ଉପସ୍ଥିତ ରହି ପ୍ରଚାର କରିଛନ୍ତି। ଦେଉଳି, ଶୁଳିଆପଦା, ମହାବିଲା ଆଦି ଆଖପାଖ ପଞ୍ଚାୟତର ଶତାଧିକ ମହିଳା କର୍ମୀ ମାନେ ଯୋଗଦେଇ ସାଂସଦ ଏବଂ ବିଧାୟିକା ପାର୍ଥିଙ୍କର ପ୍ରଚାର ଆରମ୍ଭ କରିଛନ୍ତି।

ନବୀନ ପଟ୍ଟନାୟକଙ୍କ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମକୁ ଆହୁରି ଆଗକୁ ନେବାକୁ ହେଲେ ମହିଳା ପାର୍ଥି ଭାବେ ପ୍ରୀତିନନ୍ଦାଙ୍କୁ ବିପୁଳ ଭୋଟରେ ଜିତାଇବାକୁ ଲୋକଙ୍କୁ ଭୋଟ ଭିକ୍ଷା କରୁଛନ୍ତି। ସେହିପରି ସୁଦାମ ମାରାଣ୍ଡି ମଧ୍ୟ ତାଙ୍କ ପ୍ରଚାର ଭାଷଣରେ ନାରୀକୁ ଅଧିକାର ଓ ସମ୍ମାନ କଥା କହିଛନ୍ତି। ଦୁଇଜଣ ଯାକ ପାର୍ଥିଙ୍କୁ ଡବଲ ଶଙ୍ଖରେ ମୋହର ମାରି ତାଙ୍କୁ ଜିତାଇ ୬ଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ଭୋଟରଙ୍କୁ ଅପିଲ କରିଛନ୍ତି।

Leave A Reply

Your email address will not be published.