ପ୍ରାଥମିକ ସଦସ୍ୟ ଏବଂ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଲେ କୃଷ୍ଣଚନ୍ଦ୍ର ଦାସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଜେଡିର ପ୍ରାଥମିକ ସଦସ୍ୟ ସାଙ୍ଗକୁ ରାଜ୍ୟ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଲେ କୃଷ୍ଣଚନ୍ଦ୍ର ଦାସ। ଏନେଇ ଆଜି ଏକ ପ୍ରେସମିଟ କରି ଘୋଷଣା କରିବା ସହିତ ତାଙ୍କର ଇସ୍ତଫାପତ୍ର ରାଜ୍ୟ ସଭାପତିଙ୍କ ସମେତ ଅନ୍ୟ କର୍ମକର୍ତ୍ତାଙ୍କ ନିକଟକୁ ପଠାଇ ଦେଇଥିବା ସୂଚନା ଦେଇ କହଛନ୍ତି କୃଷ୍ଣଚନ୍ଦ୍ର ଦାସ। ସେହିପରି ଚଳିତ ସାଧାରଣ ନିର୍ବାଚନରେ ଜିଲ୍ଲାର ଏକମାତ୍ର ଅଣସଂରକ୍ଷିତ ମୋରାଡ଼ା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବାନେଇ ମଧ୍ୟ ଘୋଷଣା କରିଛନ୍ତି।

ଉଲ୍ଲେଯୋଗ୍ୟ,ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକର ବରିଷ୍ଠ ବିଜେଡି ନେତା ତଥା ମୋରଡା ନିର୍ବାଚନ ମଣ୍ଡଳୀର ଆଶାୟୀପ୍ରାର୍ଥୀ ତଥା ରାଜ୍ୟ ସମ୍ପାଦକ ପଦବୀରେ ଥିବା କୃଷ୍ଣଚନ୍ଦ୍ର ଦାସ ପ୍ରାଥମିକ ସଦସ୍ୟ ପଦରୁ ଆଜି ଇସ୍ତଫା ଦେଇଛନ୍ତି |  ଏନେଇ ଶ୍ରୀ ଦାସ ଆଜି ମୋରଡ଼ା ବ୍ଲକ ଅଧୀନ ଚଢେଇଗାଁ ସ୍ଥିତ ନିଜ ବାସଭବନରେ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି | ଦଳ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛି ସବୁବେଳେ ଶ୍ରୀ ଦାସ ଆଗଭର ହୋଇ କାର୍ଯ୍ୟ କରିଛନ୍ତି | ତେବେ ୨୦୧୯ରେ ଶ୍ରୀ ଦାସ ମୋରଡା ନିର୍ବାଚନମଣ୍ଡଳୀ ପାଇଁ ଆଶାୟୀ ବିଧାୟକ ପ୍ରାର୍ଥୀ ଥିବା ବେଳେ ସେତେବେଳ ତାଙ୍କ ଉପରେ ଚାପ ପ୍ରୟୋଗ କରି ଚୁପ କରି ଦିଆଯାଇଥିଲା |

ତେବେ ୨୦୨୪ରେ ମଧ୍ୟ ଅଗ୍ରଣୀ ଆଶାୟୀ ଥିଲେ ମଧ୍ୟ ଟିକେଟ ମିଳିନଥିଲା | ହେଲେ ସ୍ଥାନୀୟ ଯୋଗ୍ୟ ଦଳୀୟ ପଦାଧିକାରୀଙ୍କୁ ପ୍ରାର୍ଥୀ କରିବା ବଦଳରେ ନିର୍ବାଚନ ମଣ୍ଡଳୀ ବାହାରୁ ପ୍ରାର୍ଥୀ ଆଣି ଲଦି ଦିଆଯାଉଥିବାରୁ ଭୋଟରଙ୍କ ମଧ୍ୟରେ ତୀବ୍ରଅସନ୍ତୋଷ ପ୍ରକାଶ ପାଇ ଆସୁଛି। ଅନ୍ୟପଟେ ବାରମ୍ବାର ଅଣଦେଖା ଓ଼ ଅବିଚାର କରାଯାଇଥିବାରୁ ଶ୍ରୀ ଦାସ ଶେଷରେ ଆଜି ଇସ୍ତଫା ଦେଇଛନ୍ତି ବୋଲି ବାଷ୍ପରୁଦ୍ଧ କଣ୍ଠରେ ପ୍ରକାଶ କରିଛନ୍ତି |

Leave A Reply

Your email address will not be published.