ଅପହରଣ ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ୍ୟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଙ୍ଗିରିପୋଷି ଥାନା ଅଞ୍ଚଳରେ ଜୈନିକା ନାବାଳିକାକୁ ଅପହରଣ ନେଇ ୧୦ଦିନ ବିତି ଯାଇଥିଲେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଶୂନ୍ୟ ରହିଛି। ନ୍ୟାୟ ପାଇଁ ଏସପିଙ୍କୁ ଭେଟି ପରିବାର ଲୋକେ ଗୁହାରି ଜଣାଇଛନ୍ତି। ଶନିବାର ପରିବାର ଲୋକେ ବାରିପଦା ଠାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି।

ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ସୂଚନା ଅନୁଯାୟୀ, ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଗ୍ରାମର ଜୈନିକା ଯୁବତୀ ଜଣକ ଗତ ମାର୍ଚ୍ଚ ୨୪ତାରିଖରେ ଶିମିଳା ଠାରେ ହେଉଥିବା ମେଳା ବୁଲିବାକୁ ଯାଇଥିଲେ। ତେବେ ସେଠାରୁ ସେ ଘରକୁ ପ୍ରତ୍ୟାବର୍ତ୍ତନ କରି ନଥିବା ବେଳେ ତାଙ୍କୁ ଅପହରଣ କରାଯାଇଛି। ନାବାଳିକାକୁ ପ୍ରଲୋଭିତ କରି ବାପୁନ ପାତ୍ର ଅପହରଣ କରି କୁଆଡେ ନେଇଯାଇଥିବାର ଅନୁମାନ କରି ଅଭିଯୋଗ କରିଛନ୍ତି। ପୂର୍ବରୁ ମଧ୍ୟ ଗତ ମାର୍ଚ୍ଚ ୬ତାରିଖରେ ବାପୁନ ପାତ୍ର ନାବାଳିକାକୁ ଘରୁ ଅପହରଣ କରି ନେଇ ଯାଉଥିବା ବେଳେ ପରିବାର ଲୋକେ ଅଟକାଇଥିଲେ।

ତେଣୁକରି ସେ ପୁନଶ୍ଚ ଏହିପରି କାର୍ଯ୍ୟ କରିଥିବାର ନେଇ ଅନୁମାନ କରାଯାଉଛି। ଏନେଇ ବାଙ୍ଗିରିପୋଷି ଥାନାରେ ଅଭିଯୋଗକ୍ରମେ ମାମଲା ରୁଜୁ କରାଯାଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଘଟଣାରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ପରିବାର ଅଭିଯୋଗ କରିଛନ୍ତି। ବାରମ୍ବାର ନିବେଦନ ସତ୍ତ୍ୱେ ବାଙ୍ଗିରିପୋଷି ଥାନା ଅଧିକାରୀଙ୍କ ଅଭିଯୋଗ ନେଇ ତଦନ୍ତ ପ୍ରକ୍ରିୟା ଠିକ ଭାବେ ହେଉନାହିଁ। ତେଣୁକରି ନ୍ୟାୟ ପାଇବାକୁ ଏସପିଙ୍କୁ ନିବେଦନ କରିଛନ୍ତି। ଅଭିଯୋଗର ତଦନ୍ତ କରି ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିବା ସହ ନାବାଳିକାକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର ପାଇଁ ନିବେଦନ କରିଛନ୍ତି।

Leave A Reply

Your email address will not be published.