କଲେଜ ଛାତ୍ରୀଙ୍କୁ ଧକ୍କା ଦେଇ ଯୁବକ ମୃତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କଲେଜ ଛାତ୍ରୀଙ୍କୁ ଧକ୍କା ଦେଇ ଯୁବକ ମୃତ। କଲେଜ ଛାତ୍ରୀ କୁ ଧକ୍କା ଦେଇ ଯୁବକ ର ମୃତ୍ୟୁ | ଛାତ୍ରୀ ଜଣ ଙ୍କ ଗୁରୁତର ଅବସ୍ଥା ରେ ବାଲେଶ୍ୱର ମେଡିକାଲ ସ୍ଥାନାନ୍ତର। ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କଖାରୁଆ ଗ୍ରାମର ଶୁଭଲକ୍ଷ୍ମୀ ଆରୁଖ ଔପଦା କଲେଜ ରେ ଯୁକ୍ତ 3 ପ୍ରଥମ ବର୍ଷ ପାଠ ପଢ଼ୁଥିବା ବେଳେ ଆଜି କଲେଜ ରୁ ନିଜ ଘରକୁ ଫେରୁଥିବା ବେଳେ ଔପଦା ଗଣ୍ଡିବେଡ଼ ରାସ୍ତା ନିମପଲ୍ଲୀ ଛକ ନିକଟରେ ସୋର ବ୍ଲକ ଦହିପୁର ଗ୍ରାମ ର ଖଗେନ୍ଦ୍ର ନାୟକ ଛାତ୍ରୀ ଜଣଙ୍କୁ ବାଇକରେ ଧକ୍କା ଦେଇଥିଲେ।

ଖଗେନ୍ଦ୍ର ଔପଦା କୁ ଯାଉଥିବା ବେଳେ ଉକ୍ତ ଛକ ନିକଟରେ କଲେଜ ଛାତ୍ରୀ କୁ ଧକ୍କା ଦେବା ପରେ ରାସ୍ତା କଡ଼ ରେ ଥିବା ବିଦ୍ୟୁତ ଖୁଣ୍ଟ ରେ ଯାଇ ବାଡେଇ ହୋଇଯାଇଥିଲେ | ସ୍ଥାନୀୟ ଲୋକ ମାନେ ଛାତ୍ରୀ ଓ ଯୁବକଙ୍କୁ ଉଦ୍ଧାର କରି ଖଇରା ମେଡିକାଲ ରେ ଭର୍ତ୍ତି କରିଥିଲେ।ସେଠାରେ ଡାକ୍ତର ଯୁବକ କୁ ମୃତ ଘୋଷଣା କରିଥିଲେ |

ଛାତ୍ରୀ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।ଘଟଣା ସ୍ଥଳ ରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି |

Leave A Reply

Your email address will not be published.