ଆସନ୍ତା ୧୦ ତାରିଖରୁ ରାଜ୍ୟରେ ବିଜେପି ଶାସନ ଆରମ୍ଭ ହେବ ଓ ବିଜେଡି ଶାସନର ଅନ୍ତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜୁନ୍ ୧୦ ତାରିଖରେ ଓଡ଼ିଶାରେ ହେବ ମୋଦୀ ମଡେଲ୍ ର ସରକାର। ବିଜେଡି ସରକାର ଶେଷ ହେବ। ଥିବୀ ସାରା ବିଭିନ୍ନ ଦେଶ ଭାରତର ସାହାଯ୍ୟ ଲୋଡୁଛନ୍ତି, ହେଲେ ଭାରତର ପ୍ରଗତି ସତ୍ତ୍ୱେ ଓଡ଼ିଶା ବେଶ୍ ପଛରେ ପଡ଼ିଯାଇଛି। ଓଡ଼ିଶା ବହୁତ ଆଗକୁ ଯାଇପାରିଥା’ନ୍ତା, କିନ୍ତୁ ତାହା ହୋଇପାରିନି। ଏଥର ରାଜ୍ୟ ବିଜେପି ଯେଉଁ ସଂକଳ୍ପ ପତ୍ର ଦେଇଛି ତା’ଦ୍ୱାରା ଓଡ଼ିଶାର ବିକାଶ ନିଶ୍ଚିତ ବୋଲି ଆଜି ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ  ବୈଜୟନ୍ତ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ଆହୁରି କହିଛନ୍ତି, ଗତ ୧୦ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ବହୁ ଆଗକୁ ବଢ଼ିଛି।

ସାରା ବିଶ୍ବରେ ଭାରତ ପ୍ରଶଂସାର ପାତ୍ର ହୋଇପାରିଛି।ପୃଥିବୀ ସାରା ବିଭିନ୍ନ ଦେଶ ଭାରତର ସାହାଯ୍ୟ ଲୋଡୁଛନ୍ତି।ଭାରତ ପ୍ରଗତି ପଥେ, କିନ୍ତୁ ଓଡ଼ିଶା ବେଶ୍‌ ପଛରେ ପଡ଼ିଯାଇଛି। ବୈଜୟନ୍ତ କହିଛନ୍ତି, ଖୁବ୍‌ ଶୀଘ୍ର ବିଜେଡି ସରକାର ଏକ୍ସପାରୀ ହେବ। ଏହାପରେ ଜୁନ୍ ୧୦ ତାରିଖରେ ମୋଦି ମଡେଲ ସରକାର ଓଡ଼ିଶାର ଶାସନ ଭାର ସମ୍ଭାଳିବ। ସେବେଠୁ ରାଜ୍ୟରେ ବିଜେପି ଶାସନ ଆରମ୍ଭ ହେବ ଓ ବିଜେଡି ଶାସନର ଅନ୍ତ ହେବ । ଓଡ଼ିଶାରେ ଓଡ଼ିଆଙ୍କ ଦ୍ୱାରା ସୁଶାସନ ନେଇ ମୋଦି ଗ୍ୟାରେଣ୍ଟି ଦେଇଛନ୍ତି ।

ବିଜେପି ସଂକଳ୍ପ ପତ୍ରର ୫ଟି ମୁଖ୍ୟ ବିନ୍ଦୁର ଅବତାରଣା କରି ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ କହିଛନ୍ତି, ଏଠିକା ଶାସକ ଦଳ ୧୭ ବର୍ଷ ତଳେ ୩୩% ଜଳସେଚନ କଥା କହିଥିଲେ, ହେଲେ ତାହା ଏଯାଏଁ ହେଲାନି। ବିଜେପି ସରକାର ଆସିଲେ, ୨୦୨୯ ସୁଦ୍ଧା ୩ ଗୁଣା ଅଧିକ ଜମିକୁ ଜଳସେଚନ କରାଯିବ ଓ ୩୧ଶହ ଟଙ୍କାରେ ଧାନ କିଣାଯିବ। ୪୮ ଘଣ୍ଟାରେ ଚାଷୀଙ୍କୁ ଡିବିଟି ଜରିଆରେ ପ୍ରାପ୍ୟ ପ୍ରଦାନ ସହ ଅଣଉତ୍ପାଦନ ସମୟରେ ମତ୍ସ୍ୟଜୀବୀକୁ ୧୦ ହଜାର ଟଙ୍କା ସହାୟତା ମିଳିବ।

Leave A Reply

Your email address will not be published.