ନାମାଙ୍କନ ପତ୍ର ଦାଖଲରେ ଦମ ଦେଖାଇଲା ବିଜେପି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନାମାଙ୍କନ ପତ୍ର ଦାଖଲରେ ଦମ ଦେଖାଇଲା ବିଜେପି | ସବୁ ବିପକ୍ଷ ଫିକା ପଡିଲେ ରୋଡ ସୋ ରେ | ଆଜି ମୟୂରଭଞ୍ଜ ଜିଲ୍ଲା ଲୋକ ସଭା ଏବଂ ବିଧାନସଭା ଆସନ ପାଇଁ ବିଜେପି ଦଳ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରାଯାଇଛି।

ଏଥିପାଇଁ ଦଳ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ସେହିପରି ବିଜେଡି ଦଳର ପ୍ରାର୍ଥୀ ମାନେ ପୂର୍ବରୁ ନାମାଙ୍କନ ପତ୍ର ଦାଖଲ କରିସାରିଥିଲେ ମଧ୍ୟ ଆଜି ଦଳ ପକ୍ଷରୁ ଶକ୍ତି ପ୍ରଦର୍ଶନ ନିମନ୍ତେ ବାରିପଦା ରେ ଏକ ବିଶାଳ ଶୋଭାଯାତ୍ରା ଆୟୋଜନ ହୋଇଥିଲା।

ତେବେ ବାରିପଦା ସହର ଆଜି ବିଜେପି ଦଳୀୟ ପତାକା ଏବଂ ସମର୍ଥକଙ୍କ ଶୋଭାଯାତ୍ରା ରେ ଦୁଲୁକି ଉଠିଥିଲା। ବିଜେପି ର ଶକ୍ତି ପ୍ରଦର୍ଶନ ସମ୍ମୁଖରେ ଅନ୍ୟ ଦଳ ଗୁଡିକ ଫିକା ପଡିଯାଇଥିଲେ । ଖରା ପାଗ, ଗୁଳୁଗୁଳି ସତ୍ତ୍ୱେ ଦଳୀୟ ସମର୍ଥକ ମାନେ ନିଜନିଜର ଦଳୀୟ ପ୍ରଚାର କରିବାରୁ ସ୍ଳୋଗାନ ମାନ ଦେଇ ଶକ୍ତି ପ୍ରଦର୍ଶନ କରିଛନ୍ତି।

Leave A Reply

Your email address will not be published.