କରଞ୍ଜିଆ ବିଧାନସଭା ଏବଂ ଯଶିପୁର ବିଧାନସଭା କ୍ଷେତ୍ରରେ ବିଜେପି ବିପୁଳ ସଂଖ୍ୟା ବିଜୟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦୀର୍ଘ ଦିନ ହେବ ଯୋଉଦିନ ଟିକୁ କେବଳ ରାଜନୀତି ଦୋଳର ପ୍ରାର୍ଥୀ ନୁହେଁ ସର୍ବ ସାଧାରଣ ଜନତା ଅପେକ୍ଷା କାରିଥିଲେ ତାହାର ଆଜି ଅନ୍ତ ଘଟିଛି |ହଁ ଦର୍ଶକ ବନ୍ଧୁ ଆମେ କହୁଛୁ ସେଇ ସାଧାରଣ ନିର୍ବାଚନ କଥା ଆଜି ତାହାର ଫଳାଫଳ ବାହାରିବା ପରେ ସମସ୍ତଙ୍କ ମନରେ ବେଶ ଉତ୍ସ୍ୟାହିତ ଦେଖିବାକୁ ମିଳିଛି |ତେବେ ଯୋଉ ନିର୍ବାଚନ ମଣ୍ଡଳୀ କୁ ଦୀର୍ଘ ୨୦ବର୍ଷ ହେବ ବିଜେଡି ନିଜ ଅକ୍ତିଆର ରେ ରଖି ଆସୁଥିଲା | ତାହା ଆଜି ବିଜେପି ହାତକୁ ଚାଲିଯାଇଛି |

ଆମେ କହୁଛୁ କରଞ୍ଜିଆ ନିର୍ବାଚନ ମଣ୍ଡଳୀ କଥା ଯାହାକୁ ଦୀର୍ଘ ୨୦ବର୍ଷ ହେବ ବିଜେଡି ନିଜ ହାତରେ ରଖି ଶାସନ କରି ଆସୁଥିଲା |ସେହି ନିର୍ବାଚନ ମଣ୍ଡଳୀ କୁ ଆଜି ବିପୁଳ ସଂଖ୍ୟାରେ ବିଜେଡି କୁ ପରାଜୟ କରି ବିଜେପି ବିଜୟ କରି ନିଜ ହାତକୁ ନେଇଛି | ତେବେ ଆଜି ଭୋଟ ଗଣତି ଆରମ୍ଭ ହେବା ପରେ ପ୍ରଥମ ରାଉଣ୍ଡ ରୁ ହିଁ ଆଗୁଆ ରହି ଶେଷ ରାଉଣ୍ଡ ସୁଦ୍ଧା 29ହଜାର 499 ଭୋଟ ବ୍ୟବଧାନ ରେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେଡି ପୂର୍ବତନ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଙ୍କୁ ପରାସ୍ତ କରିଥିବାର ଜଣା ପଡିଛି | ଶ୍ରୀ ହାଇବୁରୁ 65,357 ଗୋଟି ଭୋଟ ପାଇଥିବାବେଳେ, ବାସନ୍ତୀ,35,858 ଗୋଟି ଭୋଟ ପାଇ ପରାଜୟ ବରଣ କରିଛନ୍ତି | ସେହି ପରି ଯଶିପୁର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଗଣେଶ ରାମସିଂ ଖୁଣ୍ଟିଆଙ୍କୁ ପୁନର୍ବାର ଦ୍ୱିତୀୟ ଥର ପାଇଁ ଅଞ୍ଚଳ ବାସୀ ବିଧାୟକ ରୂପେ ବାଛିଛନ୍ତି |

ତେବେ ଯଶିପୁର ନିର୍ବାଚନ ମଣ୍ଡଳୀ ଭୋଟ ଗଣତି ଆରମ୍ଭ ହେବା ପରେ ପ୍ରଥମ ରାଉଣ୍ଡ ରୁ ହିଁ ଆଗୁଆ ରହି ଶେଷ ରାଉଣ୍ଡ ସୁଦ୍ଧା ୩୪ହଜାର ୬୬୭ ଭୋଟ ବ୍ୟବଧାନ ରେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେଡି ପ୍ରାର୍ଥୀ ଚକ୍ରଧର ହେମ୍ବ୍ରମ ଙ୍କୁ ପରାସ୍ତ କରିଥିବାର ଜଣା ପଡିଛି | ଗଣେଶ ରାମସିଂ ଖୁଣ୍ଟିଆ ୮୫, ୩୮୪ ଗୋଟି ଭୋଟ ପାଇଥିବାବେଳେ, ଚକ୍ରଧର ୫୦, ୭୧୭ ଗୋଟି ଭୋଟ ପାଇ ପରାଜୟ ବରଣ କରିଛନ୍ତି | ତେବେ ଉଭୟ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ସେ ବିଧାନସଭା କ୍ଷେତ୍ର ର ବିକାଶ ପ୍ରତି ବିଶେଷ ଦୃଷ୍ଟି ଦେବେ ବୋଲି ପ୍ରକାଶ କରିଛନ୍ତି |

Leave A Reply

Your email address will not be published.