ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମଙ୍ଗଳବାର 2024 ସାଧାରଣ ନିର୍ବାଚନ ର ଫଳାଫଳ ଘୋଷିତ ହେବା ପରେ ମହାକାଳପଡ଼ା ର ବିଜେପି ବିଧାୟକ ପ୍ରାର୍ଥୀଙ୍କ ବାଜିମାତ ନେଇ ବେଶ ଖୁସି ବ୍ୟକ୍ତ କରିଛନ୍ତି | ପ୍ରଥମ ନିର୍ବାଚନ ରେ ଲଢ଼ି ବିଜୟ କୁ ସାଥି, ସହକର୍ମୀଓ ସହଯୋଗୀ ଙ୍କ ମହଲରେ ବିଶେଷ ଖୁସି ହୋଇଛନ୍ତି |
ଏହି ବିଜୟ କୁ ମହାକାଳପଡ଼ା ବାସୀଙ୍କର ବିଜୟ ବୋଲି ସମ୍ବୋଧନ କରିଛନ୍ତି ବିଧାୟକ | ଆଗାମୀ ଦିନରେ ମହାକାଳପଡ଼ାବାସୀଙ୍କ ଅଧୁରା ସ୍ବପ୍ନ କୁ ପୂରଣ କରିବେ | ବୟସ୍କ ଓ ଯୁବ ବର୍ଗ ଙ୍କ ଉନ୍ନତି ନିମନ୍ତେ ପ୍ରଚେଷ୍ଟା ଜାରି ରଖିବେ ବୋଲି କହିଛନ୍ତି | ଅଂଚଳର ମୌଳିକ ସମସ୍ୟା ପ୍ରତି ଧ୍ୟାନ ରଖିବେ ସଦା ସର୍ବଦା ଅଞ୍ଚଳ ରେ ଅଞ୍ଚଳ ବାସୀଙ୍କ ସମସ୍ୟା ରେ ଭାଗିଦାରୀ ରହିବି ବୋଲି କହିଛନ୍ତି | ନବାଗତ ପ୍ରାର୍ଥୀ ହୋଇବି 33000 ରୁ ଅଧିକ ଭୋଟ ରେ ଜିତାପାଟ କୁ ନେଇ ସାଧାରଣ ବିଜେପି କର୍ମୀ ଙ୍କ ଭିତରେ ଖୁସିର ମାହୋଲ ଜାରି ରହିଛି | ନିକଟତମ ପ୍ରତିଦ୍ବନ୍ଦୀ ବିଜେଡି ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଭାବେ ଅବସ୍ଥାପିତ ଥାଇ ପ୍ରଥମ କରି ନିର୍ବାଚନ ଲଢ଼ୁଥିବା ପ୍ରତିଦ୍ବନ୍ଦୀ ଙ୍କ ଠାରୁ ପରାଜୟ ବରଣ ନେଇ ଅଂଚଳରେ ଚର୍ଚ୍ଚା ହେଉଛି |
ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଭୋଟର ମାନଙ୍କ ପୁଞ୍ଜିଭୂତ ଅସନ୍ତୋଷ, ଯଶ୍ବସି ପ୍ରଧାନ ମନ୍ତ୍ରୀଙ୍କ ଗ୍ୟାରେଣ୍ଟି ଫଳ ବୋଲି ଅନୁଭୂତ ହେଉଛି | ବିଧାୟକ ଶ୍ରୀ ନାୟକ ଜିତାପଟ ନେଇ ପୁରୁଷ ଓ ଯୁବକ ଙ୍କ ସହିତ ମହିଳା ଓ ଯୁବତୀ ବି ଖୁସିରେ ନାଚି ଉଠିଛନ୍ତି ଗାଁ ଦାଣ୍ଡରେ | ବିଜେଡି ସରକାର ର ପତନ ଘଟି ବିଜେପି ର ଗ୍ରାଣ୍ଡ ସକ୍ସେସ ସହିତ ମହାକାଳପଡ଼ା ରେ ବିଜୟ ର ଟୀକା ପିନ୍ଧିବା ପରେ ବିଧାୟକ ଶ୍ରୀ ନାୟକ ଅଞ୍ଚଳବାସୀଙ୍କୁ ସାଥ ହେବେ ବୋଲି ସଭିଏଁ ଆଶା ପ୍ରକଟ କରିଛନ୍ତି |