ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଇରଙ୍ଗପୁରେ ବିଜେପିର ଜୋରଦାର ବିଜୟ| ଦୀର୍ଘ ୨୫ ବର୍ଷ ବିଜେଡି ସରକାରର ଅବସାନ ଘଟିଛି | ବିଜେପି ସରକାରର ବିଜୟ ବାନା ଉଡିଯାଇଛି | ଅଧୁନା ଷଷ୍ଠଥର ସାଧାରଣ ନିର୍ବାଚନରେ ଉଭୟ ଲୋକସଭା ଓ ବିଧାନସଭାରେ ଭାରତୀୟ ଜନତା ପାର୍ଟି ର ବିପୁଳ ପରିମାଣରେ ବିଜୟ ଘଟିଛି |
ରାଇରଙ୍ଗପୁରରେ ଏହି ଅବସରରେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ଓ ସାରସକଣା ବିଧାୟକ ଭାଦବ ହାଁସଦାଃ ବିଜୟୀ ପ୍ରାର୍ଥୀ ଙ୍କୁ ଭାରତୀୟ ଜନତା ଦଳ କର୍ମୀ ଓ କର୍ମକର୍ତ୍ତା ଗଣ ଆଦରରେ ପାର୍ଟି କାର୍ଯ୍ୟାଳୟ କୁ ପାଛୋଟି ଆଣିଥିଲେ | ତାଙ୍କୁ ସ୍ବାଗତମ୍ ଓ ଶୁଭେଛା ଜ୍ଞାପନ କରିଥିଲେ | ଏହି ପରିପ୍ରେକ୍ଷୀ ପାର୍ଟି କାର୍ଯ୍ୟାଳୟ ଜନସମୁଦ୍ର ଭାବେ ଦେଖିବାକୁ ମିଳିଥିଲା |
ଦଳୀୟ କର୍ମକର୍ତ୍ତା ଓ କର୍ମୀ ସେମାନଙ୍କୁ ଫୁଲତୋଡା ଓ ଫୁଲହାର ଦେଇ ସ୍ବାଗତ କରିଥିଲେ | ବିଜୟୀ ପ୍ରାର୍ଥୀ ଜଲେନ ନାୟକ ଓ ଭାଦବ ହାଁସଦାଃଙ୍କ କହିବା ଅନୁଯାୟୀ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଆମ୍ଭେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ତଥା ସାରସକଣା ନିର୍ବାଚନ ମଣ୍ଡଳୀର ଉପଯୁକ୍ତ ଦିଗଦର୍ଶନ ତଥା ଲୋକମାନଙ୍କର ସମ୍ମାନ ରକ୍ଷା କରିବୁ ବୋଲି ସମସ୍ତଙ୍କୁ ଜଣାଇଥିଲେ |