ମୟୂରଭଞ୍ଜରେ ବିଜେପିକୁ ବହୁମତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାଧାରଣ ନିର୍ବାଚନ ୨୦୨୪ ଭୋଟଗଣତି ପରେ ଫଳାଫଳ ଆସିଛି। ମୟୂରଭଞ୍ଜ(ସଂ) ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ନବଚରଣ ମାଝୀ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡିର ସୁଦାମ ମାର୍ଣ୍ଡିଙ୍କ ଠାରୁ ୨ଲକ୍ଷ ୧୫ହଜାରରୁ ଉର୍ଦ୍ଧ୍ବ ଭୋଟରେ ବିଜୟ ହୋଇଛନ୍ତି। ନବଚରଣ ୫ଲକ୍ଷ ୭୮ହଜାର ୭୬୯ଖଣ୍ଡ ଭୋଟ ପାଇଥିବା ବେଳେ ସୁଦାମ ୩ଲକ୍ଷ ୬୩ହଜାର ୭୬୦ଖଣ୍ଡ ଭୋଟ ପାଇଛନ୍ତି। ତୃତୀୟ ସ୍ଥାନରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଜେଏମଏମ ପ୍ରାର୍ଥୀ ଅଞ୍ଜନୀ ସୋରେନଙ୍କୁ ୧ଲକ୍ଷ ୩୪ହଜାର ୪୮୬ଖଣ୍ଡ ଭୋଟ ମିଳିଛି।

ସେହିପରି କେନ୍ଦୁଝର ଲୋକସଭା ଆସନ ଅଧୀନ କରଞ୍ଜିଆ(ସଂ) ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ପଦ୍ମଚରଣ ହାଇବୃ ୨୯ହଜାର ୪୯୯ ଖଣ୍ଡ ଭୋଟ ବ୍ୟବଧାନରେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ପୂର୍ବତନ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କୁ ପରାସ୍ତ କରିଛନ୍ତି । ପଦ୍ମଚରଣଙ୍କୁ ୬୫ହଜାର ୩୫୭ଖଣ୍ଡ ଭୋଟ ମିଳିଥିବା ବେଳେ ବାସନ୍ତୀଙ୍କୁ ୩୫ହଜାର ୮୫୮ଖଣ୍ଡ ଭୋଟ ମିଳିଛି । ଏଠାରେ ତୃତୀୟ ସ୍ଥାନରେ ଥିବା କଂଗ୍ରେସର ଲକ୍ଷ୍ମୀଧର ସିଂଙ୍କୁ ୨୫ହଜାର ୪୭୧ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ପୂର୍ବତନ ବିଧାୟକ ବିଜୟ ନାଏକ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରି ମାତ୍ର ୧୧ହଜାର ୭୫୪ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ଯଶିପୁର(ସଂ) ଆସନରେ ଗତଥରର ବିଜେପି ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ ପୁଣି ଥରେ ବିଜୟୀ ହୋଇଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେଡିର ଚକ୍ରଧର ହେମ୍ବ୍ରମଙ୍କୁ ୩୪ହଜାର ୬୬୭ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ଗଣେଶ ରାମ ୮୫ହଜାର ୩୮୪ଖଣ୍ଡ ଭୋଟ ପାଇଥିବା ବେଳେ ଚକ୍ରଧର ୫୦ହଜାର ୭୧୭ଖଣ୍ଡ ଭୋଟ ପାଇଛନ୍ତି । ତୃତୀୟ ସ୍ଥାନରେ କଂଗ୍ରେସର ଶ୍ବେତା ଚାତାର ୧୮ହଜାର ୧୫୧ଖଣ୍ଡ ଭୋଟ ଅକ୍ତିଆର କରିଛନ୍ତି ।
ରାଇରଙ୍ଗପୁର ବିଧାନସଭା ଆସନରେ ବିଜେପିର ଜଲେନ ନାଏକ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡିର ରାଇସେନ ମୁର୍ମୁଙ୍କୁ ୭ହଜାର ୬୯୩ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ।

ଜଲେନ ୬୨ହଜାର ୭୨୪ଖଣ୍ଡ ଭୋଟ ପାଇଥିବା ବେଳେ ରାଇସେନ ୫୫ହଜାର ୩୧ଖଣ୍ଡ ଭୋଟ ପାଇଛନ୍ତି । କଂଗ୍ରେସର ଯୋଗେନ୍ଦ୍ର ବାନରା ୨୪ହଜାର ୨୨୪ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି । ସାରସକଣା(ସଂ) ବିଧାନସଭା ଆସନରେ ବିଜେପିର ଭାଦବ ହାଁସଦାଃ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେଡିର ଡା ଦେବାଶିଷ ମାର୍ଣ୍ଡିଙ୍କ ପାଖରୁ ୧୪ହଜାର ୬୫୨ଖଣ୍ଡ ଭୋଟ ଅଧିକ ପାଇ ବିଜୟୀ ହୋଇଛନ୍ତି । ଭାଦବ ୫୯ହଜାର ୩୮୭ଖଣ୍ଡ ଭୋଟ ପାଇଥିବା ଥିବା ବେଳେ ଦେବାଶିଷ ୪୫ହଜାର ୭୩୫ଖଣ୍ଡ ପାଇଛନ୍ତି । ଜେଏମଏମ ପ୍ରାର୍ଥିନୀ ଅଞ୍ଜନୀ ସୋରେନ ୨୦ହଜାର ୭୨୫ ଓ କଂଗ୍ରେସର ରାମ କୁମାର ସୋରେନ ୧୯ହଜାର ୬୩୪ଖଣ୍ଡ ଭୋଟ ପାଇ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହି ନିର୍ଣ୍ଣାୟକ ଭୂମିକା ନେଇଥିଲେ । ସେହିପରି ବାଙ୍ଗିରିପୋଷି(ସଂ) ବିଧାନସଭା ଆସନରୁ ବିଜେପିରୁ ସଞ୍ଜଳୀ ମୁର୍ମୁ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡିର ରଞ୍ଜିତା ମାର୍ଣ୍ଡିଙ୍କୁ ୩୪ହଜାର ୪୭୬ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ସଞ୍ଜଳୀ ୮୭ହଜାର ୮୦୧ଖଣ୍ଡ ଭୋଟ ପାଇଥିବା ବେଳେ ରଞ୍ଜିତା ୫୩ହଜାର ୩୨୫ଖଣ୍ଡ ଭୋଟ ପାଇଛନ୍ତି । ତୃତୀୟ ସ୍ଥାନରେ କଂଗ୍ରେସର ମୁରଲୀଧର ନାଏକ ୧୩ହଜାର ୮୫ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି । ବାରିପଦା ବିଧାନସଭା ଆସନରୁ ବିଜେପିର ପୂର୍ବତନ ବିଧାୟକ ପ୍ରକାଶ ସୋରେନ ପୁଣିଥରେ ବିଜୟୀ ହୋଇଛନ୍ତି । ସେ ତାଙ୍କର ନିକଟତମ ପ୍ରାର୍ଥୀ ବିଜେଡିର ସାନନ୍ଦ ମାର୍ଣ୍ଡିଙ୍କ ଠାରୁ ୨୮ହଜାର ୭୩୭ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି । ପ୍ରକାଶ ୭୬ହଜାର ୭୯୧ଖଣ୍ଡ ଭୋଟ ପାଇଥିବା ବେଳେ ସାନନ୍ଦ ୪୮ହଜାର ୪୫୪ଖଣ୍ଡ ଭୋଟ ପାଇଛନ୍ତି । ତୃତୀୟ ସ୍ଥାନରେ କଂଗ୍ରେସର ପ୍ରମୋଦ ହେମ୍ବ୍ରମ ୨୫ହଜାର ୪୫୪ଖଣ୍ଡ ଭୋଟ ପାଇ ନିର୍ଣ୍ଣାୟକ ଭୂମିକା ନିଭାଇଛନ୍ତି ।

ମୋରଡା ଆସନରୁ ବିଜେପିର କୃଷ୍ଣଚନ୍ଦ୍ର ମହାପାତ୍ର ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେଡିର ପ୍ରୀତିନନ୍ଦା କାନୁନଗୋଙ୍କୁ ୩୩ହଜାର ୧୯୮ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । କୃଷ୍ଣଚନ୍ଦ୍ର ୭୭ହଜାର ୯୮୦ଖଣ୍ଡ ଭୋଟ ପାଇଥିବା ବେଳେ ପ୍ରୀତିନନ୍ଦା ୪୪ହଜାର ୭୮୨ଖଣ୍ଡ ଭୋଟ ପାଇଛନ୍ତି । ତୃତୀୟ ସ୍ଥାନରେ ଥିବା ପ୍ରଭାସ କରମହାପାତ୍ର ୨୭ହଜାର ୮୮୬ଖଣ୍ଡ ଭୋଟ ପାଇଛନ୍ତି । ଉଦଳା(ସଂ) ବିଧାନସଭା ଆସନରୁ ବିଜେପିର ପୂର୍ବତନ ବିଧାୟକ ଭାସ୍କର ମଢେଇ ପୁଣିଥରେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ଶ୍ରୀନାଥ ସୋରେନଙ୍କୁ ୬ହଜାର ୫୧୭ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ଭାସ୍କର ୬୬ହଜାର ୪୦୧ଖଣ୍ଡ ଭୋଟ ପାଇଥିବା ବେଳେ ଶ୍ରୀନାଥ ୫୯ହଜାର ୮୮୪ ଖଣ୍ଡ ଭୋଟ ପାଇଛନ୍ତି । ତୃତୀୟ ସ୍ଥାନରେ ଥିବା କଂଗ୍ରେସ ପ୍ରାର୍ଥୀ ଦୁର୍ଗାଚରଣ ଟୁଡୁ ୧୫ହଜାର ୮୫୭ଖଣ୍ଡ ଭୋଟ ଅକ୍ତିଆର କରିଛନ୍ତି । ଅପରପକ୍ଷରେ ବାଲେଶ୍ବର ଲୋକସଭା ଅଧୀନ ବଡ଼ସାହି(ସଂ) ବିଧାନସଭା ଆସନରୁ ବିଜେପିର ପୂର୍ବତନ ବିଧାୟକ ସନାତନ ବିଜୁଳି ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେଡିର ଅନସୂୟା ପାତ୍ରଙ୍କୁ ୩୭ହଜାର ୩୮୭ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ସନାତନ ୮୩ହଜାର ୨୭୬ଖଣ୍ଡ ଭୋଟ ପାଇଥିବା ବେଳେ ଅନସୂୟା ୪୫ହଜାର ୮୮୯ଖଣ୍ଡ ଭୋଟ ପାଇଛନ୍ତି । ତୃତୀୟ ସ୍ଥାନରେ ଥିବା କଂଗ୍ରେସର କ୍ଷୀରୋଦ ପାତ୍ର ୧୮ହଜାର ୭୩୮ଖଣ୍ଡ ଭୋଟ ପାଇଛନ୍ତି ।

Leave A Reply

Your email address will not be published.