ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଓ ଐତିହାସିକ ରାୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ବମ୍ବେ ହାଇକୋର୍ଟ, ବର୍ତ୍ତମାନ ପୁଣି ଚର୍ଚ୍ଚାକୁ ଆସିଛନ୍ତି ବମ୍ବେ ହାଇକୋର୍ଟ । ଜଣେ ୧୮ ବର୍ଷୀୟ ଆଦିବାସୀ ଛାତ୍ରଙ୍କ ଇଞ୍ଜିନିୟର ହେବା ସ୍ବପ୍ନକୁ ପୂରଣ କରିବା ଲାଗି ବମ୍ବେ ହାଇକୋର୍ଟ ୧୫ ଅଗଷ୍ଟ ସ୍ବାଧିନତା ଦିବସ ଅର୍ଥାତ୍ ଛୁଟି ଦିନରେ ବି ମାମଲାର ଶୁଣାଣି କରିଛନ୍ତି। ଜାତି ଅନୁସନ୍ଧାନ କମିଟି ଦ୍ୱାରା ଗୌରବ ବାଘ ନାମକ ଜଣେ ଛାତ୍ରଙ୍କ ଅନୁସୂଚିତ ଜନଜାତି (ଏସଟି) ପ୍ରମାଣପତ୍ର ବାତିଲ କରାଯାଇଥିଲା। ଯେଉଁଥିପାଇଁ ବମ୍ବେ ହାଇକୋର୍ଟ ଶୁଣାଣି କରିଥିଲେ।
ସରକାରୀ ଛୁଟିଦିନ ଥିବା ଅଗଷ୍ଟ ୧୫ ମଙ୍ଗଳବାର କୋର୍ଟ ଏହି ମାମଲାର ଶୁଣାଣି କରିଥିଲେ। ଜଷ୍ଟିସ ଅବିନାଶ ଘରୋଟେ ଏବଂ ମନୋହର ଚନ୍ଦୱାନୀଙ୍କ ଏକ ଡିଭିଜନ ବେଞ୍ଚ ଗୌରବ ବାଘଙ୍କ ପାଇଁ ନ୍ୟାୟ ପ୍ରଦାନ କରି ଜାତି ଅନୁସନ୍ଧାନ କମିଟିର ନିଷ୍ପତ୍ତିକୁ ଏଡ଼ାଇ ଦେଇଛନ୍ତି ଯେ ସେ ନିର୍ଦ୍ଦିଷ୍ଟ ଜନଜାତିର ନୁହଁନ୍ତି।