ଓଡ଼ିଶା ନ୍ୟୁଜ୍: ଏବର୍ଷର ଶ୍ରେଷ୍ଠ ଟେଷ୍ଟ କ୍ରିକେଟର ଭାରତୀୟ ଦଳର ତାରକା ବୋଲର ଜସପ୍ରୀତ ବୁମ୍ରା। ୨୦୨୪ ପାଇଁ ଶ୍ରେଷ୍ଠ ଟେଷ୍ଟ କ୍ରିକେଟର ଆଖ୍ୟା ଅର୍ଜନ କରିଛନ୍ତି ବୁମ୍ରା। ବୁମ୍ରାଙ୍କ ବ୍ୟତୀତ ଇଂଲଣ୍ଡର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଜୋ ରୁଟ୍, ଇଂଲଣ୍ଡର ଯୁବ ବ୍ୟାଟ୍ସମ୍ୟାନ୍ ହ୍ୟାରି ବ୍ରୁକ୍ ଏବଂ ଶ୍ରୀଲଙ୍କାର କାମିନ୍ଦୁ ମେଣ୍ଡିସ୍ ଏହି ପୁରସ୍କାର ଦୌଡ଼ରେ ଥିଲେ, କିନ୍ତୁ ବୁମ୍ରା ସମସ୍ତଙ୍କୁ ପଛରେ ପକାଇ ପୁରସ୍କାର ହାତେଇଛନ୍ତି। ଷଷ୍ଠ ଭାରତୀୟ ଭାବେ ସେ ଏହି କୃତିତ୍ଵ ଅର୍ଜନ କରିଛନ୍ତି।
ବୁମ୍ରାଙ୍କ ପୂର୍ବରୁ ରାହୁଲ ଦ୍ରାବିଡ଼(୨୦୦୪), ଗୌତମ ଗମ୍ଭୀର(୨୦୦୯), ବିରେନ୍ଦ୍ର ସେହଓ୍ବାଗ(୨୦୧୦), ରବିଚନ୍ଦ୍ରନ ଅଶ୍ଵିନ(୨୦୧୬) ଏବଂ ବିରାଟ କୋହଲୀ(୨୦୧୮) ମଧ୍ୟ ଏହି ପୁରସ୍କାର ପାଇଛନ୍ତି। ତେବେ ବୁମ୍ରା ଭାରତର ପ୍ରଥମ ଦ୍ରୁତ ବୋଲର, ଯିଏକି ବର୍ଷର ଶ୍ରେଷ୍ଠ ଟେଷ୍ଟ ଖେଳାଳି ନିର୍ବାଚିତ ହୋଇଛନ୍ତି। ୨୦୨୪ରେ ୧୩ଟି ଟେଷ୍ଟ ମ୍ୟାଚରୁ ସେ ୭୧ଟି ଓ୍ବିକେଟ ନେଇଛନ୍ତି।