ଟିକଟ ବ୍ୟବସ୍ଥାରେ ଆଉ ପାଦେ ଆଗକୁ ଗଲା କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଟିକଟ ବ୍ୟବସ୍ଥାରେ ଆଉ ପାଦେ ଆଗକୁ ଗଲା କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ(କ୍ରୁଟ୍‌)। ମୋ ବସ୍ ସେବାରେ ଉନ୍ନତ ପ୍ରଯୁକ୍ତି ବିଦ୍ୟା ଓ ଯାତ୍ରୀମାନଙ୍କ ପାଇଁ ସହଜ, ସରଳ ଯାତ୍ରା ପାଇଁ ଏକ ନୂତନ ମୋ ବସ୍ ମୋବାଇଲ୍ ଆପ୍ଲିକେସନ୍ ଉନ୍ମୋଚନ ହୋଇଛି । ଯେଉଁଥିରେ ଚଳନ୍ତା ବସ୍‌ଗୁଡ଼ିକର ଟ୍ରାକିଂ ଏବଂ ବସ୍ ମଧ୍ୟରେ ଥିବା ବାସ୍ତବିକ ସମୟର ଯାତ୍ରୀଙ୍କ ସ୍ଥିତି ଜାଣିହେବ । ଏହି ଆପ୍‌କୁ ବ୍ୟବହାର କରି ଯାତ୍ରୀମାନେ ଅନ୍‌ଲାଇନ୍ ଟିକେଟ୍ ଏବଂ ପାସ୍ କରିବା ସହିତ ଏହାର ନବୀକରଣ କରିପାରିବେ ।

ମୋ ବସ୍ ମୋବାଇଲ୍ ଆପ୍ଲିକେସନ୍‌ର ଉଭୟ ଆଣ୍ଡ୍ରଏଡ଼୍ ଏବଂ ଆଇଓଏସ୍ ଭର୍ସନ ଉନ୍ମୋଚନ ହୋଇଛି । ଯେଉଁଥିରେ ଯାତ୍ରୀମାନେ ମୋ ବସ୍ ସେବା ଉପଲବ୍ଧ ଥିବା ପ୍ରତ୍ୟେକ ସହର ଓ ଏହାର ରୁଟ୍ ବିଷୟରେ ସେଥିରୁ ଜାଣିପାରିବେ । ଏହି ନୂତନ ଆପ୍ ମାଧ୍ୟମରେ ମୋ ବସ୍‌ରେ ଯାତ୍ରା କରିବା ସମୟରେ ହିଁ ଜଣେ ଯାତ୍ରୀ ନିଜର ଟିକେଟ୍ ବୁକ୍ କରିପାରିବେ ଏବଂ ଆଗାମୀ ଯାତ୍ରାର ଯୋଜନା ସହଜରେ ପ୍ରସ୍ତୁତ କରିହେବ । ବସ୍ ପହଞ୍ଚିବା ପୁର୍ବରୁ ମୋ ବସ୍ ମଧ୍ୟରେ ଯାତ୍ରୀଙ୍କ ଉପସ୍ଥିତି ଜାଣିବା ସହିତ ଷ୍ଟପେଜ୍‌ରେ ବସ୍ ପହଞ୍ଚିବାର ଆନୁମାନିକ ସମୟ ମଧ୍ୟ ଜାଣିହେବ । ତା ସହିତ ଆପଣ ଆପଣଙ୍କ ଚର୍ତୁପାଶ୍ୱର୍ରେ ଉପସ୍ଥିତ ବସ୍ ମାନଙ୍କୁ ଦେଖିପାରିବେ ।

ଆପଣଙ୍କ ସହର ଓ ନିଜ ଭାଷା ଚୟନ କରି ଏହାକୁ ବ୍ୟବହାର କରିପାରିବେ । ଯେଉଁଥିରେ ଯାତ୍ରୀମାନେ ମୋ ବସ୍‌ ସେବା ଉପଲବ୍ଧ ଥିବା ପ୍ରତ୍ୟେକ ସହର ଓ ଏହାର ରୁଟ୍‌ ବିଷୟରେ ସେଥିରୁ ଜାଣିପାରିବେ। ଏହି ନୂତନ ଆପ୍‌ ମାଧ୍ୟମରେ ମୋ ବସ୍‌ରେ ଯାତ୍ରା କରିବା ସମୟରେ ହିଁ ଜଣେ ଯାତ୍ରୀ ନିଜର ଟିକେଟ୍‌ ବୁକ୍‌ କରିପାରିବେ ଏବଂ ଆଗାମୀ ଯାତ୍ରାର ଯୋଜନା ସହଜରେ ପ୍ରସ୍ତୁତ କରିହେବ। ବସ୍‌ ପହଞ୍ଚିବା ପୂର୍ବରୁ ମୋ ବସ୍‌ ମଧ୍ୟରେ ଯାତ୍ରୀଙ୍କ ଉପସ୍ଥିତି ଜାଣିବା ସହିତ ଷ୍ଟପେଜ୍‌ରେ ବସ୍‌ ପହଞ୍ଚିବାର ଆନୁମାନିକ ସମୟ ମଧ୍ୟ ଜାଣିହେବ।

Leave A Reply

Your email address will not be published.