ବାଲେଶ୍ଵରରେ ପବିତ୍ର ଇଦ-ଉଲ ଫିଦର ଉତ୍ସବ ପାଳନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାରା ଭାରତ ବର୍ଷ ରେ ଇସଲାମ ଧର୍ମ ପଖ୍ଯରୁ ଇଦ୍ ପର୍ବ ପାଳିତ ହେଉଥିବା ବେଳେ, ଉତର ବାଲେଶ୍ଵର ର ଧର୍ମାବଲମ୍ବୀ ମାନେ ଦୀର୍ଘ ଏକମାସର ଉପବାସ ବ୍ରତ ପାଳନ ପରେ ପବିତ୍ର ଇଦ-ଉଲ ଫିଦର ଉତ୍ସବ ପାଳନ କରୁଛନ୍ତି ।

ସମଗ୍ର ବିଶ୍ୱରେ ଏହି ଭାଇଚାରା ଓ ଖୁସିର ପର୍ବ ଇଦ୍‌କୁ ହର୍ଷଉଲ୍ଲାସର ସହ ପାଳନ କରାଯାଉଥିବା ବେଳେ ଉତର ବାଲେଶ୍ୱର ର ବାଲିଆପାଳ, ବସ୍ତା, ଜଳେଶ୍ଵର ରେ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିିଥିଲା । ଏନେଇ ଚଳଚଂଚଳ ହୋଇ ଉଠିଥିଲା ସମସ୍ତ ମସଜିଦ୍ ।

ଦରଘା ମୈଦାନରେ ସକାଳୁ ମୁସଲମାନ ଭାଇମାନେ ସମୂହ ନମାଜ ପାଠ କରିବା ସହିତ ପରସ୍ପରକୁ ଜଣାଇଥିଲେ ଇଦ୍ ମୁବାରକ । ପରସ୍ପର ଭିତରେ ବନ୍ଧୁତ୍ୱଭାବ ବଜାୟ ରଖିବା ଉଦେଶ୍ୟରେ ସାରା ଦେଶରେ ମୁସଲମାନ ଭାଇ ଭଉଣୀମାନେ ପାଳନ କରିଛନ୍ତି ଇଦ୍ ପର୍ବ ।

Leave A Reply

Your email address will not be published.