ଶ୍ରମିକଙ୍କ ଉପରେ ମାଡିଗଲା ଟ୍ରକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାତିରେ ରାସ୍ତାକାମରେ ନିୟୋଜିତ ହୋଇଥିବା ଶ୍ରମିକଙ୍କ ଉପରେ ମାଡିଗଲା ଟ୍ରକ। ଟ୍ରକ ଧକ୍କାରେ ଚାଲିଗଲା ୩ ଶ୍ରମିକଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ ଜିଲ୍ଲା ସୋହେଲା ରାୟପୁର ରୋଡ ସ୍ଥିତ ଲୁହୁରାଚଟି ନିକଟରେ।

ମୃତକ ୩ ଶ୍ରମିକଙ୍କ ପରିଚୟ ମିଳି ପାରି ନ ଥିବା ବେଳେ ସେମାନେ NHAIର ଠିକା କର୍ମଚାରୀ ବୋଲି ଜଣାଯାଇଛି। ବୁଧବାର ବିଳମ୍ବିତ ରାତିରେ ଏହି ଦୁଃଖଦ ଘଟଣା ଘଟିଥିଲା। ସୂଚନା ଅନୁସାରେ, ରାୟପୁର ରୋଡ ସ୍ଥିତ ଲୁହୁରାଚଟି ପାଖରେ ରାସ୍ତା ଖରାପ ଥିବାରୁ ଗତ ରାତିରେ ସେଠାରେ ରାସ୍ତା କାମ ଚାଲିଥିଲା । ଉକ୍ତ ସମୟରେ ଆନ୍ଧାରରେ ଦ୍ରୁତ ଗତିରେ ମାଡ଼ି ଆସୁଥିବା ଟ୍ରକ୍‌ଟି ଶ୍ରମିକମାନଙ୍କ ଉପରେ ଚଢ଼ି ଚାଲି ଯାଇଥିଲା।

ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକମାନଙ୍କ ମୃତଦେହ ରାସ୍ତାରେ ପଡ଼ିଥିବା ଦେଖିବାକୁ ପାଇଲେ। ଖବର ପାଇ ତୁରନ୍ତ ସୋହେଲା ପୁଲିସ୍‌ ପହଞ୍ଚି ମୃତଦେହଗୁଡ଼ିକ ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ସମ୍ପର୍କରେ କିଛି ସୂଚନା ମିଳିନି।

Leave A Reply

Your email address will not be published.