ପାଣି ଟାଙ୍କି ଉପରେ ଚଢ଼ି ମହୁ ଫେଣା କାଟୁଥିବା ସମୟରେ ଗୋଡ଼ ଖସି ବ୍ୟାକ୍ତି ମୃତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପାଣି ଟାଙ୍କି ଉପରେ ଚଢ଼ି ମହୁ ଫେଣା କାଟୁଥିବା ସମୟରେ ଗୋଡ଼ ଖସି ଯିବାରୁ ଟାଙ୍କି ରୁ ତଳେ ପଡି ବେକ୍ତିଙ୍କ ମୃତ୍ୟୁ | ଆନନ୍ଦପୁର ଥାନା ଅନ୍ତର୍ଗତ ପଣସଡ଼ିହା ଗ୍ରାମରେ ଅଘଟଣ ଗତ କାଲି ସନ୍ଧ୍ୟା ସମୟରେ ବସୁଧା ପାଣି ଟାଙ୍କି ରୁ ମହୁ ଫେଣା କାଟୁଥିବା ବେଳେ ଗୋଡ଼ ଖସି ଟାଙ୍କି ରୁ ପଡି ବେକ୍ତିଙ୍କ ମୃତ |

ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ସୁନାକଞ୍ଚା ଗ୍ରାମର ଜମ୍ବିରା ହେମ୍ବ୍ରମ ମହୁ ଆଣିବା ପାଇଁ ବସୁଧା ପାଣି ଟାଙ୍କି ଉପରେ ଚଢ଼ି ମହୁ ଫେଣା କାଟୁଥିଲେ |କାଟୁଥିବା ସମୟରେ ଗୋଡ଼ ଖସି ତଳେ ପଡି ଯାଇ ମୃତ୍ୟୁ ହୋଇଥିଲା |

ଖବର ପାଇବା ପରେ ଆଜି ଆନନ୍ଦପୁର ପୋଲିସ ଶବକୁ ଉଧାର କରି ଆନନ୍ଦପୁର ମେଡ଼ିକାଲ ରେ ଶବ ବ୍ୟବଚ୍ଛେଦ କରାଇ ଅଧିକା ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.