ଇଦରେ ସାମିଲ ହେଲେ ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭାଇଚାରାର ପର୍ଵ ଇଦରେ ସାମିଲ ହେଲେ ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର | କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଅନ୍ତର୍ଗତ ପାଣ୍ଡୁଆ ଓ ପଞ୍ଚହରା ଗ୍ରାମର ମସଜିଦ୍ ରେ ଇଦପର୍ଵ ରେ ଘସିପୁରା ବିଧାୟକ ବଦ୍ରୀନାରାୟଣ ପାତ୍ର ସାମିଲ ହୋଇ ଇଦ ର ମୁବାରକ ଶୁଭେଚ୍ଛା ଜଣାଇଛନ୍ତି |

ଭାଇ ଚାରାର ପର୍ବ ଇଦ କୁ ମୁସଲମାନ ଭାଇ ମାନେ ଏକ ମାସ ଧରି ନିଷ୍ଠାର ସହ ଉପବାସ କରି ରମଜାନ ପାଳନ କରି ନମାଜ ପଢି ପରସ୍ପର ମଧ୍ୟରେ କୋଳା କୋଳି ହୋଇ ପରସ୍ପର ହାତ ମିଳାଇ ଓ ନିଜ ନିଜ ଭିତରେ ମିଠା ଖୁଆ ଖୁଇ ହୋଇ ଶୁଭେଚ୍ଛା ଜଣାଇଛନ୍ତି।

ଆଜି ଇଦ ଉପଲକ୍ଷେ ଏକ ମାସ ଧରି ସଞ୍ଚୟ କରିଥିବା ପଇସାକୁ ଗରିବ ଲୋକମାନଙ୍କୁ ଦାନ କରିବାସହ ସମସ୍ତେ ମସଜିତ ରେ ଭାରଚାରାର ପର୍ବକୁ ଏକତ୍ରିତ ହୋଇ ଏହି ଇଦ ପାଳନ କରିଛନ୍ତି।

Leave A Reply

Your email address will not be published.