ରାଇରଙ୍ଗପୁରରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ତରଫରୁ ସାମ୍ବାଦିକ ସମ୍ମିଳନୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଇରଙ୍ଗପୁରରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ତରଫରୁ ସାମ୍ବାଦିକ ସମ୍ମିଳନୀ | ଆଜି ରାଇରଙ୍ଗପୁର ସହରସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ତରଫରୁ ଏକ ସାମ୍ବାଦିକ ସମ୍ବିଳନୀ ଆୟୋଜିତ ହୋଇଯାଇଛି |

ଏଥିରେ ମୁଖ୍ୟ ଅତିଥି ଭାବେ ପଡୋଶୀ ଝାଡଖଣ୍ଡ ରାଜ୍ୟ ମନ୍ତ୍ରୀ (ପରିବହନ ଓ ଆଦିବାସୀ କଲ୍ୟାଣ ) ଶ୍ରୀଯୁକ୍ତ ଦିପକ ବିରୁଆ, ସମ୍ମାନିତ ଅତିଥି ବୋହଡାଗୁଡା ବିଧାୟକ ଶ୍ରୀଯୁକ୍ତ ସମୀର ମହାନ୍ତି, ଓଡିଶା ପ୍ରଦେଶ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜନୀ ସୋରେନ ମାର୍ଣ୍ଡି ଓ ରାଜ୍ୟ ସଭାପତି ଶ୍ରୀଯୁକ୍ତ ଶ୍ୟାମ ଚରଣ କିସ୍କୁ ମଞ୍ଚାସୀନ ହୋଇଥିଲେ | ଏଥିରେ ମୟୂରଭଞ୍ଜ ଜିଲ୍ଲା ଲୋକସଭା, ବିଧାନସଭା ଭାବେ ସାରସକଣା, ରାଇରଙ୍ଗପୁର, ବାଙ୍ଗରିପୋଷି, ମୋରଡା, ଯଶିପୁର, ବାରିପଦା, ଉଦଳା, କରଂଜିଆ, ସୁନ୍ଦରଗଡ ବିଧାନସଭା ବୀରମିତ୍ରପୁର, ବୋନାଇ, ରାଜଗାଙ୍ଗପୁର, ରଘୁନାଥପଲି, ବାଲେଶ୍ବର ବିଧାନସଭା ବସ୍ତା, ଯାଜପୁର ବିଧାନସଭା ସୁକିନ୍ଦା, ଢେଙ୍କାନାଳ ବିଧାନସଭା ପରଜାଙ୍ଗ ଓ କେନ୍ଦୁଝର ବିଧାନସଭା ଚମ୍ପୁଆ ପାଇଁ ଟିକଟ ମିଳିବାର ଆଶଙ୍କା ରହିଛି |

ଉକ୍ତ ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ଦୁବରାଜ ନାଗ, ରାଜ୍ୟ ସାଙ୍ଗଠନିକ ସମ୍ପାଦକ ସାଲୁ କିସ୍କୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦାରାସିଂ ମୁଣ୍ଡା, ସଦସ୍ୟା ସରୋଜିନୀ ମୁର୍ମୁ, ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସମ୍ପାଦକ ଘନଶ୍ୟାମ ପିଙ୍ଗୁଆ, ସଭାପତି ସୁନୀଲ ମାଝୀ, ଜିଲ୍ଲା ପ୍ରବକ୍ତା ସନ୍ତୋଷ କୁମାର ମୁର୍ମୁ, ଉପସଭାପତି ମଦନ ମୋହନ ମାଣ୍ଡି, ଭୂବନ ଟୁଡୁ, ଯଶୋବନ୍ତ ବାରିକ, ବାବୁଲାଲ ମୁର୍ମୁ, ପୂର୍ବ ମୟୂରଭଞ୍ଜ ସଭାପତି ପୁଥୁରାଜ ହାଁସଦାଃ, ସମ୍ପାଦକ କିଶ୍ନର ହାଁସଦାଃ, ଯୁବ ସଭାପତି ଆକାଶ ସିଂ, ସନାତନ ମୁର୍ମୁ, ରମେଶ ହାଁସଦାଃ, ଜିଲ୍ଲା ପରିଷଦ ସଦସ୍ୟା ମୀନା ସୋରେନ, ବିନ୍ଦୁସ୍ମିତା ସିଂ ଦେଓ, ଶୀତଳ କିସ୍କୁ, ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ସୁନାରାମ ଟୁଡୁ, ରାଇରଙ୍ଗପୁର ବ୍ଲକ ଉପସଭାପତି କାଳୀଚରଣ ଟୁଡୁ ତଥା ବିଭିନ୍ନ ବ୍ଲକରୁ ନେତୃମଣ୍ଡଳୀୟ କର୍ମକର୍ତ୍ତା ଯୋଗଦାନ କରିଥିଲେ | ଏଥିରେ ୧୪୧ ଜଣ ନୂତନ ଭାବେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାରେ ଯୋଗ ଦେଇଥିଲେ | ପରିଶେଷରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ଶ୍ୟାମ ଚରଣ କିସ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

Leave A Reply

Your email address will not be published.