ଚନ୍ଦ୍ରଯାନ-୩ର ଅବତରଣ: ଅନଲାଇନରେ ଦେଖିଲେ ୯.୧ ନିୟୁତ ଲୋକ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସାରା ବିଶ୍ୱରେ ରେକର୍ଡ ସୃଷ୍ଟି କଲା ଭାରତ । ଭାରତ ଉପରେ ଏବେ ସାରା ବିଶ୍ୱର ନଜର । ଗତକାଲି ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଲ୍ୟାଣ୍ଡିଂ କରିଛି ଚନ୍ଦ୍ରଯାନ-୩ । ଯାହାକୁ ସାରା ବିଶ୍ବରେ ୯.୧ ନିୟୁତରୁ ଅଧିକ ଲୋକ ଅନ୍‌ଲାଇନ୍‌ରେ ଦେଖିଥିଲେ। ଫେସବୁକ୍‌ରେ ୩୫୫.୬ ହଜାର ଲୋକ ଏହାର ଲାଇଭ୍‌ ଷ୍ଟ୍ରିମିଂକୁ ଉପଭୋଗ କରିଥିଲେ। ୟୁଟ୍ୟୁବ୍‌ରେ ୮ ନିୟୁତରୁ ଅଧିକ ଲୋକ ଏହି ଐତିହାସିକ ମୁହୂର୍ତକୁ ଦେଖିଥିବା ବେଳେ ଦୂରଦର୍ଶନ ଟିଭିରେ ମଧ୍ୟ ତାହାର ସିଧା ପ୍ରସାରଣ କରାଯାଇଥିଲା। ଦୂରଦର୍ଶନର ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ତାହାକୁ ୭ ଲକ୍ଷ ୫୦ ହଜାରରୁ ଅଧିକ ଲୋକ ଦେଖିଥିଲେ।

ଦି ୱାର୍ଲଡ୍‌ ରୢାଙ୍କିଙ୍ଗ୍‌ ତଥ୍ୟ ଅନୁସାରେ ୟ୍ୟୁଟ୍ୟୁବ୍‌ରେ ସର୍ବାଧିକ ଦେଖା‌ଯାଇଥିବା ଲାଇଭ୍‌ ଷ୍ଟ୍ରିମିଂ ତାଲିକାରେ ଚନ୍ଦ୍ରଯାନ-୩ ଅବତରଣ ଶୀର୍ଷ ସ୍ଥାନରେ ରହିଛି। ବିଶ୍ବବ୍ୟାପୀ ଏହାକୁ ୟୁଟ୍ୟୁବ୍‌ରେ ଅଧିକାଂଶ ଲୋକ ଦେଖିଥିଲେ। ଏହି ତାଲିକାରେ ଚନ୍ଦ୍ରଯାନ-୩ ଅବତରଣ ପଛକୁ ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛି ତିନିଟି ଫୁଟ୍‌ବଲ୍‌ ମ୍ୟାଚ୍‌।

Leave A Reply

Your email address will not be published.