ଶ୍ରୀପଞ୍ଚମୀରେ ରଥକାଠ ଅନୁକୂଳ

0

ଓଡ଼ିଆ ନ୍ୟୁଜ୍: ଆଜି ପବିତ୍ର ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି। ଆଜିର ଏହି ପବିତ୍ର ଦିବସରେ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହୋଇଛି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ପ୍ରସ୍ତୁତିର ପ୍ରଥମ ପର୍ବ ଭାବେ ରଥନିର୍ମାଣ ପାଇଁ ଆସିଥିବା କାଠ ରଥଖଳାରେ ଅନୁକୂଳ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ନୟାଗଡ ଓ ଦଶପଲ୍ଲା ଜଙ୍ଗଲରୁ ୩ଟି ଟ୍ରକରେ ଆସିଥିବା ୧୦୧ଟି ଅସନ ଓ ଧଉରା କାଠଖଣ୍ଡକୁ ଆଜି ପୂଜା କରାଯାଇଛି।

ଶ୍ରୀପଞ୍ଚମୀ ତିଥିରେ ଦେବୀ ସରସ୍ଵତୀଙ୍କ ଆବହନ ପରେ ପରମ୍ପରା ଅନୁସାରେ ତିନି ରଥ ସକାଶେ ୩ ଗୋଟି ରଥକାଠର ଅନୁକୂଳ ପୂଜା ସମ୍ପନ୍ନ ହୋଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ହୋଇଥିବା ଅନୁକୂଳ ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଏବଂ ଅନ୍ୟ ଅଧିକାରୀ ତଥା କର୍ମଚାରୀଙ୍କମାନେ ଥିଲେ ଉପସ୍ଥିତ।

Leave A Reply

Your email address will not be published.