ଓଡ଼ିଆ ନ୍ୟୁଜ୍: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ପାଢେଲ ଗ୍ରାମରେ ବିସ୍ଫୋରଣ ବ୍ୟାଟେରି ବିସ୍ଫେରଣ। ଏଥିରେ ୨ ଶିଶୁ ଗୁରୁତର ହୋଇଛନ୍ତି। ଗୁରୁତର ଶିଶୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ୨ ଶିଶୁ ହେଲେ ପାଢ଼େଲ ଗ୍ରାମର ଜଗା ସରାଫ ଓ ସଂଜୀବ ଦଳେଇ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଧିକ ତଦନ୍ତ କରୁଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ପାଢେଲ ଗ୍ରାମରେ ୨ ଜଣ ଶିଶୁ ଘରେ ଖେଳୁଥିବାର ସମୟରେ ବ୍ୟାଟେରି ବିସ୍ଫେରଣ ହୋଇଥିଲା। ଏଥିରେ ୨ ଶିଶୁ ଗୁରୁତର ହୋଇ ପଡ଼ିଥିଲେ। ଏହା ଦେଖି ପରିବାରଲୋକେ ଶିଶୁ ଦ୍ବୟକୁ ପ୍ରଥମେ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଥିବା ଦର୍ଶାଇ ସେମାନଙ୍କୁ ବଲାଙ୍ଗୀରକୁ ସ୍ଥାନାନ୍ତରିତ କରା ଯାଇଥିବା ଜଣାପଡିଛି।