ତେଲେଙ୍ଗାନା ସରକାରଙ୍କ ବଡ଼ ନିସ୍ପତି, ଜାରି କଲେ ଜାତିଭିତ୍ତିକ ସର୍ଭେ ତଥ୍ୟ

0

ଓଡ଼ିଆ ନ୍ୟୁଜ୍: ତେଲେଙ୍ଗାନା ସରକାରଙ୍କ ବଡ଼ ନିସ୍ପତି, ଜାରି କଲେ ଜାତିଭିତ୍ତିକ ସର୍ଭେ ତଥ୍ୟ। ଏଥିରେ ମୁସଲମାନ ସଂଖ୍ୟାଲଘୁଙ୍କୁ ବାଦ୍ ଦେଲେ ରାଜ୍ୟରେ ଅନ୍ୟାନ୍ୟ ପଛୁଆ ବର୍ଗର ଜନସଂଖ୍ୟା ୪୬.୨୫ ପ୍ରତିଶତ, ଯାହା ରାଜ୍ୟର ମୋଟ ୩.୭୦ କୋଟି ଜନସଂଖ୍ୟାର ସର୍ବାଧିକ ଅଂଶ। ପ୍ରତିଶତ ହିସାବରେ ପଛୁଆ ଜାତି ପରେ ଅନୁସୂଚିତ ଜାତି ୧୭.୪୩ ପ୍ରତିଶତ, ଅନୁସୂଚିତ ଜନଜାତି ୧୦.୪୫ ପ୍ରତିଶତ, ମୁସଲମାନମାନଙ୍କ ମଧ୍ୟରେ ପଛୁଆ ବର୍ଗ୧୦.୦୮ ପ୍ରତିଶତ ଏବଂ ଅନ୍ୟାନ୍ୟ ଜାତି୧୩.୩୧ ପ୍ରତିଶତ ଥିବା ବେଳେ ମୁସଲମାନମାନଙ୍କ ମଧ୍ୟରେ ପଛୁଆ ଜାତି୨.୪୮ ପ୍ରତିଶତ ରହିଛନ୍ତି।

ସଂଖ୍ୟା ଦୃଷ୍ଟିରୁ ଅନୁସୂଚିତ ଜାତିର ଜନସଂଖ୍ୟା ୬,୧୮୪,୩୧୯, ଅନୁସୂଚିତ ଜନଜାତିର ଜନସଂଖ୍ୟା ୩,୭୦୫,୯୨୯ ଏବଂ ମୁସଲମାନ ସଂଖ୍ୟାଲଘୁଙ୍କୁ ବାଦ୍ ଦେଲେ ଅନ୍ୟାନ୍ୟ ପଛୁଆ ବର୍ଗର ଜନସଂଖ୍ୟା ୧୬,୪୦୯,୧୭୯ ଅଟେ। ସେହିପରି ମୁସଲମାନ ସଂଖ୍ୟାଲଘୁଙ୍କ ମଧ୍ୟରେ ଅନ୍ୟାନ୍ୟ ପଛୁଆ ବର୍ଗର ଜନସଂଖ୍ୟା ୩,୫୭୬,୫୮୮ ଏବଂ ମୁସଲମାନ (ଓବିସି)ର ଜନସଂଖ୍ୟା ୮୮୦,୪୨୪ ଅଟେ। ସର୍ଭେ ଅନୁଯାୟୀ ତେଲେଙ୍ଗାନାରେ ମୋଟ ମୁସଲମାନଙ୍କ ସଂଖ୍ୟା ୪୪,୫୭,୦୧୨। ସେହିପରି ୧୬,୪୦୯,୧୭୯ ରହିଛି ଓବିସି ବର୍ଗର ଜନସଂଖ୍ୟା।

Leave A Reply

Your email address will not be published.