ଜଟିଳ ମାଂସପେଶୀ ରୋଗର ଚିକିତ୍ସା ନିମନ୍ତେ  ବାଲେଶ୍ୱରର ତିନି ରୋଗୀଙ୍କ ପାଇଁ ୩୦ ଲକ୍ଷ ଟଙ୍କା ମଂଜୁର କଲେ ମୁଖ୍ୟମନ୍ତ୍ରୀ

0
ଓଡ଼ିଆ ନ୍ୟୁଜ(ବ୍ୟୁରୋ):  ବାଲେଶ୍ୱର ଜିଲ୍ଲାର ତିନିଜଣ ରୋଗୀ ଯଥା ଖନ୍ତାପଡାର କିରଣ କୁମାର ମଲ୍ଲିକ, ଖନ୍ତାପଡାର ସୁରଜ କୁମାର ମଲ୍ଲିକ ଏବଂ ସିମୁଳିଆର ବିଦ୍ୟାଂଶୁ ଦୀକ୍ଷିତ, ଜଟିଳ ମାଂସପେଶୀ ରୋଗ Duchenne Muscular Dystrophy ପୀଡିତ ଅଛନ୍ତି । ସେମାନଙ୍କ ଉତ୍ତମ ଚିକିତ୍ସା ପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୩୦ ଲକ୍ଷ ଟଙ୍କା ମଂଜୁର କରିଛନ୍ତି । ଉପରୋକ୍ତ ତିନି ଜଣ ରୋଗୀଙ୍କୁ ପ୍ରତ୍ୟେକ ଏକକାଳୀନ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ମଂଜୁର କରାଯାଇଛି । ସୂଚନାଯୋଗ୍ୟ ଯେ DMD ରୋଗର ଚିକିତ୍ସା ଅତ୍ୟନ୍ତ ବ୍ୟୟବହୁଳ ।

Leave A Reply

Your email address will not be published.