ବିଛିନ୍ନାଞ୍ଚଳରେ ହେବ ଓଡ଼ିଆ ଭାଷାର ପ୍ରଚାର, ଭୁବନେଶ୍ୱରରୁ ଗଲା ସ୍ୱତନ୍ତ୍ର ଗାଡ଼ି

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଓଡ଼ିଆ ଭାଷାର ପ୍ରଚାର ପ୍ରସାର ନିମନ୍ତେ ରାଜ୍ୟ ସରକାରଙ୍କ ପଦକ୍ଷେପ ସ୍ୱରୂପ ଆଜି ଭୁବନେଶ୍ୱରସ୍ଥିତ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟରୁ ଏକ ସ୍ୱତନ୍ତ୍ର ଗାଡି ବିଛିନ୍ନାଞ୍ଚଳକୁ ବାହାରିଥିଲାlଏଥିରେ ପବିତ୍ର ରଥଯାତ୍ରା -ଦୁଇହଜାର ତେଇଶ ଉପଲକ୍ଷେ “.ଉତ୍କଳ ପ୍ରସଙ୍ଗ ” ଓଡିଶା ରିଭିୟୁ କୁ ବିତରଣ କରାଯିବl ଏହି ଅବସରରେ ସୂଚନା ଏବଂ ପ୍ରସାରଣ ବିଭାଗର ମନ୍ତ୍ରୀ ଶ୍ରୀ ପ୍ରଦୀପ ଅମାତ, ପତାକା ଦେଖାଇ ଶୁଭାରମ୍ଭ କରିଥିଲେl ଆଜିର ଏହି କାର୍ଯ୍ୟକ୍ରମରେ ଓଡିଶା ରିଭିୟୁର ସମ୍ପାଦିକା କସ୍ତୁରୀ ମହାପାତ୍ର, ସୂଚନା ଏବଂ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଧେଶକ ସରୋଜ ସାମଲ ଏବଂ ବିଭାଗର ଅନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେl ଏହି ଗାଡିଟି ବିଛିନ୍ନାଞ୍ଚଳ ଯାଇ ଓଡିଶା ଭାଷା ର ପ୍ରଚାର ପ୍ରସାର କରିବ. ଏହାଦ୍ୱାରା ସେ ଅଂଚଳ ର ଅଧିବାସୀ ଓଡ଼ିଆ ଭାଷା ପ୍ରତି ଆକୃଷ୍ଟ ହେବାସହ ଓଡିଶା ର ସଂସ୍କୃତି ଏବଂ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ପରମ୍ପରା ପ୍ରତି ଆକୃଷ୍ଟ ହେବେl

Leave A Reply

Your email address will not be published.