ଓଡ଼ିଶାରେ ଶାସନ କିଏ ଚଳାଉଛି? ଅଫିସର ମାନେ ରାଜ କରୁଛନ୍ତି: ନଡ୍ଡା

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବାହାନଗା ଟ୍ରେନ ଦୁର୍ଘଟଣା ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ନଡ୍ଡା । ଟ୍ରେନ ଦୁର୍ଘଟଣା ସ୍ଥଳକୁ ପ୍ରଧାନମନ୍ତ୍ରୀ ଆସିଲେ । ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ସଂପୂର୍ଣ୍ଣ ସହଯୋଗ ଦେଲେ । ବିକାଶଶୀଳ ଦେଶ ନୁହେଁ, ବିକଶିତ ରାଷ୍ଟ୍ର ହେବ ଭାରତ । ପ୍ରଧାନମନ୍ତ୍ରୀ ଆମେରିକାରେ ବିଶ୍ୱର ବଡ ନେତା ମାନଙ୍କୁ ଭେଟିଲେ । ମୋଦିଙ୍କ ନେତୃତ୍ୱ ଦେଶକୁ ନୂଆ ଦିଶା ଦେଇଛି । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବସ୍ ବୋଲି ସମ୍ବୋଧିତ କରନ୍ତି । ସମଗ୍ର ବିଶ୍ବରେ ସବୁ ଦେଶ ମୋଦିଙ୍କୁ ସମ୍ମାନିତ କରୁଛନ୍ତି । ମୋଦିଙ୍କୁ ସବୁଠି ପ୍ରଶଂସା ମିଳୁଛି । କଂଗ୍ରେସ ନେତାଙ୍କୁ ମୋଦିଙ୍କ ପ୍ରଶଂସା ପସନ୍ଦ ଆସୁନାହିଁ । କିଏ ସାପ, ବିଛା, ନୀଚ, ଅନପଡ, ଚା ବାଲା କହୁଛନ୍ତି । ହେଲେ ଯେତେ ଯିଏ ଯାହା କହିଲେ କିଛି ଫରକ ପଡିବ ନାହିଁ । 140 କୋଟି ଭାରତୀୟଙ୍କ ଭଲ ପାଇବା ମୋଦିଙ୍କ ସହ ଅଛି ।

23 ତାରିଖରେ ବିରୋଧୀ ଏକାଠି ହୋଇଛନ୍ତି । ଲାଲୁ ପ୍ରସାଦ ଯାଦବ ଓ ନୀତିଶ କୁମାରଙ୍କୁ ଯେଉଁ କଂଗ୍ରେସ ଜେଲ ପଠାଇଥିଲା, ଆଜି ସେମାନେ କଂଗ୍ରେସ ସହ ଅଛନ୍ତି । ଏହା କିଭଳି ରାଜନୀତି । ଉଦ୍ଧବ ଠାକରେ ମଧ୍ୟ ସେଠାକୁ ଯାଉଛନ୍ତି । ଏହାର ମାନେ କଣ । ଭୋଟ ବ୍ୟାଙ୍କ ରାଜନୀତିରୁ ବାହାରି ବିଜେପି ରିପୋର୍ଟ କାର୍ଡ ରାଜନୀତି କରୁଛି । 9 ବର୍ଷରେ 18 ଲକ୍ଷ କୋଟି ଟଙ୍କା ରେଳ, ଜାତୀୟ ରାଜପଥ ଭଳି ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଖର୍ଚ୍ଚ ହୋଇଛି ।

ନବୀନଙ୍କ ଉପରେ ବର୍ଷିଲେ ନଡ୍ଡା । 23 ବର୍ଷ ହେଲା ନବୀନ ପଟ୍ଟନାୟକ ଶାସନ ଗାଦିରେ ବସିଛନ୍ତି । ମୋଦି ସରକାର ଚାଉଳ ପଠାଇଛନ୍ତି । କିନ୍ତୁ ସାଢ଼େ 3 କୋଟି ଲୋକ ପ୍ରଧାନମନ୍ତ୍ରୀ ଅନ୍ନ କଲ୍ୟାଣ ଯୋଜନାରେ ଚାଉଳ ପାଉଛନ୍ତି । 23 ବର୍ଷରେ ନବୀନ ପଟ୍ଟନାୟକ ରାଜ୍ୟକୁ କେଉଁଠି ପହଞ୍ଚାଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଘୋଟଲା ହେଉଛି ।ଯୋଗ୍ୟକୁ ମିଳୁନି, ଅଯୋଗ୍ୟଙ୍କୁ ମିଳୁଛି । ଏହାର ତଦନ୍ତ ହେବା କଥା । ଗିରିରାଜ ସିଂହଙ୍କୁ କହିବି ତଦନ୍ତ କରିବା ପାଇଁ । ଦୁଧ କା ଦୁଧ ପାଣି କା ପାଣି ହେବ । ଯେଉଁମାନେ ଭ୍ରଷ୍ଟାଚାର କରିଛନ୍ତି ସେମାନଙ୍କୁ ଜେଲ ପଠାଯିବ । ନବୀନ ପଟ୍ଟନାୟକ ଚାହୁଁ ନାହାନ୍ତି ଆୟୁଷ୍ମାନ ଯୋଜନା ଓଡ଼ିଶା ଲୋକଙ୍କୁ ସୁବିଧା ମିଳୁ । ଓଡ଼ିଶାରେ ସମସ୍ତ ରେଳ ଟ୍ରାକ ବିଦ୍ୟୁତିକରଣ ହୋଇଛି । ଭୁବନେଶ୍ଵର, କଟକ, ପୁରୀରେ ଷ୍ଟେସନ ଉନ୍ନତିକରଣ ହୋଇଛି । 7ଟି ମେଡିକାଲ କଲେଜ ହୋଇଛି । 3ଟି କାର୍ଯ୍ୟକାରୀ ହୋଇଛି । 4ଟି ଖୁବଶୀଘ୍ର ହେବ । କଳାହାଣ୍ଡିରେ ମଧ୍ୟ ହୋଇଛି ମେଡିକାଲ ଜିଲ୍ଲା । ଏହା ଆମର ରିପୋର୍ଟ କାର୍ଡ ।

ଓଡ଼ିଶାରେ ଶାସନ କିଏ ଚଳାଉଛି । ନେତା କିଏ ଜଣା ନାହିଁ । ଅଫିସର ନା ନେତା ଚଳାଉଛି ଜଣା ନାହିଁ । କିଏ ଅଛି, କାହାର ଚାଲିଛି । ବିଜେଡି ବିଧାୟକ ଓ ସାଂସଦ ମାନଙ୍କ କଥା କେହି ଶୁଣନ୍ତି ନାହିଁ । ଅଫିସର ମାନେ ରାଜ କରୁଛନ୍ତି । ରାଜ୍ୟ ପ୍ରଶାସନ ଆଉଟ ସୋର୍ସ ହୋଇଛି । ନେତା କିମ୍ବା ନବୀନ ପଟ୍ଟନାୟକ ସରକାର ଚଳାଉ ନାହାନ୍ତି । ଭୋଟ କାହାକୁ ଦେଉଛନ୍ତି, ସରକାର ଆଉ କିଏ ଚଳାଉଛି । ଆଉ କିଏ ରାଜ କରୁଛି । ନବୀନ ପଟ୍ଟନାୟକ ଶାସନକୁ ଆଉଟ ସୋର୍ସ କରିଛନ୍ତି । ଏଭଳି ସରକାର ଦରକାର କି ବୋଲି ପ୍ରଶ୍ନ କଲେ ନଡ୍ଡା ।

ସମୟ ଆସିଗଲାଣି । ଆଗାମୀ ଦିନରେ ଦିଲ୍ଲୀରେ ବି ବିଜେପି ସରକାର ହେବ ଏବଂ ଓଡ଼ିଶାରେ ମଧ୍ୟ ସରକାର କରିବ ବିଜେପି ।
ମୁଣ୍ଡ ପିଛା ଆୟରେ ଓଡ଼ିଶା କମ, ଚାଷୀଙ୍କ ଆମଦାନୀରେ ବି ଓଡ଼ିଶା କମ୍, ଚାଷୀଙ୍କ ଆମଦାନୀ ବି କମ୍, ମହିଳା ଶୋଷଣର ଶିକାର ହେଉଛନ୍ତି । ଭ୍ରଷ୍ଟାଚାରର ସରକାର ଚାଲିଛି । 50 ପ୍ରତିଶତ କମିଶନର ଚାଲିଛି । ନବୀନ ପଟ୍ଟନାୟକ କହିଥିଲେ, ସବୁ ବ୍ଲକରେ ଶୀତଳ ଭଣ୍ଡାର ହେବ । ହୋଇଛି କି ?

Leave A Reply

Your email address will not be published.