ବାରବାଟିକୁ ବାରଣ ଖୁଚୁରା ପଇସା

0

କଟକ (ଓଡ଼ିଆ ନ୍ୟୁଜ୍): ଆସନ୍ତାକାଲି ବାରବାଟୀରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-ଟ୍ୱେଣ୍ଟି ମ୍ୟାଚ୍ । ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ କରାଯାଇଛି । ତେବେ ଆସନ୍ତାକାଲି ଅପରାହ୍ନ ୩ଟାରୁ ଦର୍ଶକଙ୍କ ପାଇଁ ଖୋଲିବ ଷ୍ଟାଡିୟମ ଗେଟ୍ । ଷ୍ଟାଡିୟମରେ ଶୃଙ୍ଖଳା ରକ୍ଷାକରିବା ପାଇଁ ପୋଲିସ୍ କେତେକ ଜିନିଷ ଷ୍ଟାଡିୟମ୍ ଭିତରକୁ ନେବାକୁ ବାରଣ କରିଛି।

ପାଣି ବୋତଲ, ବାଡି, ଫାୟାର ଲାଇଟର, ଛୁରୀ, ହେଲମେଟ, ମ୍ୟାଚ ଷ୍ଟିକ୍ ସମେତ ଖୁଚୁରା ପଇସା ନେବାକୁ ମଧ୍ଯ କଡ଼ା ବାରଣ କରାଯାଇଛି । ମାସ୍କ ପରିଧାନକୁ କଡାକଡି କରାଯଇଛି । ବିନା ମାସ୍କରେ ଷ୍ଟାଡିୟମକୁ ଏଣ୍ଟ୍ରି ମନା ବୋଲି ପୋଲିସ ସ୍ପଷ୍ଟ କରିଛି । ଦର୍ଶକ କେବଳ ମୋବାଇଲ ଫୋନ୍, ଚଷମା ନେଇ ଭିତରକୁ ଯାଇପାରିବେ । ତେବେ ଶୃ ଙ୍ଖଳିତ ଭାବେ ମ୍ୟାଚ ଦେଖିବାକୁ ଦର୍ଶକଙ୍କୁ ପରାମର୍ଶ ଦେଇଛନ୍ତି କଟକ DCP ।

Leave A Reply

Your email address will not be published.