ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଡିକେଏମସି ଦ୍ବାରା ସମ୍ଭନ୍ଧନା ସଭା ଅନୁଷ୍ଠିତ | ରାଇରଙ୍ଗପୁର ସହରସ୍ତ ଅଗ୍ରଣୀ କ୍ରୀଡା ଓ ସାଂସ୍କୃତିକ କ୍ଲବ ଡିକେଏମସି ଆନୁକୂଲ୍ୟରେ ନବ ନିର୍ବାଚିତ ସାଂସଦ ଶ୍ରୀଯୁକ୍ତ ନବଚରଣ ମାଝୀ ତଥା ରାଇରଙ୍ଗପୁର ବିଧାୟକ ଶ୍ରୀଯୁକ୍ତ ଜଲେନ ନାଏକଙ୍କୁ ନେଇ ସମ୍ବନ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି |
ଉକ୍ତ ବୈଠକରେ ଶ୍ରୀଯୁକ୍ତ ନବଚରଣ ମାଝୀ ଓ ଶ୍ରୀଯୁକ୍ତ ଜଲେନ ନାଏକ କ୍ଲବର ଉତ୍ତୋରତର ଉନ୍ନତି କାମନା ସହିତ ରାଇରଙ୍ଗପୁର ସହରର ପାରିପାର୍ଶିକ ଉନ୍ନତି ଚରମ ଶିଖରରେ ପହଞ୍ଚାଇବା ପାଇଁ ଚେଷ୍ଟା କରିବେ ବୋଲି ସ୍ଥାନୀୟ ଜନସାଧାରଣଙ୍କୁ ଆଶ୍ବାସନା ଦେଇଥିଲେ |
ଏହି ସଭାରେ କମିଟୀର ବାବୁଲା, ଉକୁଲ, ସୁନା, ଶ୍ୟାମ ପଟ୍ଟନାୟକ, ଶିଶିର, ଟୁନା, ନନ୍ଦୁ ତଥା ଅନ୍ୟମାନେ ଉପସ୍ଥିତ ଥିଲେ | ଏଥିରେ ମଧ୍ୟ ବୃଦ୍ଧିଜିବୀ ଏବଂ ସାଧାରଣ ଲୋକେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ | ଏହି ଭବ୍ୟ କାର୍ଯ୍ୟକ୍ରମକୁ ସଂପାଦକ ଶ୍ୟାମ ସୁନ୍ଦର ଜ୍ୟୋତିଷ ପରିଚାଳନା କରିଥିବା ବେଳେ ଉପଦେଷ୍ଟା ପ୍ରଦୀପ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ |