ବିଦ୍ୟାଳୟର ଶ୍ରେଣୀ ଗୃହର ଖସିଲା ଛାତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଦ୍ୟାଳୟର ଶ୍ରେଣୀ ଗୃହର ଖସିଲା ଛାତ | ବିଦ୍ୟାଳୟ ଖୋଲୁ ଖୋଲୁ ଘଟିଲା ଅଘଟଣ ରଙ୍ଗମାଟିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀ ଗୃହ ର ଛାତ ଖସିଲା | ଏଭଳି ଅଭାବନୀୟ ଘଟଣା ଘଟିଛି ଘଷିପୁରା ବ୍ଲକ ବରିପାଳ ରଙ୍ଗ ମାଟିଆ ସରକାରୀ ପ୍ରାଥମିକ ବିଦ୍ୟାଳୟରେ |

ଖରା ଛୁଟି ପରେ ଆଜି ସକାଳିଆ ବିଦ୍ୟାଳୟ ଖୋଲିଥିଲା ଶିକ୍ଷକ ଶ୍ରେଣୀ ଗୃହ ଚାବି ଖୋଲୁ ଖୋଲୁ ଛାତ ଭାଙ୍ଗି ତଳେ ଖସିପଡିଥିଲା | ସୂଚନା ଅନୁଯାୟୀ କିଛି ଦିନ ତଳେ ବିଦ୍ୟାଳୟ ର ଶ୍ରେଣୀ ଗୃହ ଅବସ୍ଥା ବିପଦ ସଂଙ୍କୁଳ ଥିବାରୁ ୧ ଲକ୍ଷ ୫୦ ହଜାର ଟଙ୍କା ମରାମତି କାର୍ଯ୍ୟ ହୋଇଥିଲା କିନ୍ତୁ ମାସେ ନପୁରୁଣୁ ଖସିଲା ଛାତ | ଯାହାକୁ ନେଇ ଅଭିଭାବକ ଓ ଗ୍ରାମବାସୀ କ୍ଷଭୋ ପ୍ରକାଶ କରିବା ସହ ଅଭିଯୋଗ କରିଛନ୍ତି  |

ଏହି ବିଦ୍ୟାଳୟ ରେ ୧୪ ଜଣ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି | ପ୍ରଶ୍ନ ଉଠୁଛି ଯଦି ପିଲାମାନେ ଶ୍ରେଣୀ ଗୃହରେ ପାଠ ପଢ଼ୁଥିବା ବେଳେ ଏଭଳି ଘଟଣା ଘଟିଥାନ୍ତା ତାହେଲେ ଛାତ୍ରଛାତ୍ରୀ ଙ୍କ ଅବସ୍ଥା କଣ ବା ହେଇଥାନ୍ତା ଏଥିପ୍ରତି କେନ୍ଦୁଝର ଜିଲ୍ଲାପାଳ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି ।

Leave A Reply

Your email address will not be published.