କଟକ ମେୟରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ, କଂଗ୍ରେସ କର୍ପୋରେଟରଙ୍କ ହଟ୍ଟଗୋଳ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କଟକ ମେୟରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି କଂଗ୍ରେସ କର୍ପୋରେଟରଙ୍କ ହଟ୍ଟଗୋଳ । ସରକାରୀ ଅର୍ଥର ଅପବ୍ୟବହାର ନେଇ କଂଗ୍ରେସ କର୍ପୋରେଟର ହଟ୍ଟଗୋଳ କରିଥିଲେ । ସରକାରୀ ଅର୍ଥରେ ମୋ ୱାର୍ଡ ଅଭିଯାନ କଲେ ଏଥିରେ ଯେଉଁ ଅର୍ଥ ବ୍ୟୟ ହେଉଛି ତାହାର ସୁଫଳ କଣ ମିଳୁଛି ବୋଲି ପ୍ରଶ୍ନ କରି ହୋହାଲ୍ଲା କରିଥିଲେ କଂଗ୍ରେସ କର୍ପୋରେଟର । ଏହାକୁ ଶାସକ ଦଳର କିଛି କର୍ପୋରେଟର ବିରୋଧ କରିଥିଲେ ।

ତେବେ ମେୟର ବିରୋଧର କର୍ପୋରେଟରଙ୍କୁ ଡାକି ନିଜ ପ୍ରକୋଷ୍ଠରେ ଆଲୋଚନା ପାଇଁ ଉଦ୍ୟମ କରିଥିଲେ । ସେପଟେ ମେୟରଙ୍କ ଚ୍ୟାମ୍ବରରେ ଶାସକ ଦଳର କର୍ପୋରେଟର କଂଗ୍ରେସ କର୍ପୋରେଟରଙ୍କୁ ଧମକ ଚମକ ଦେଇଥିବା ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.