ଜୁଲାଇ ୩ରୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଜୁଲାଇ ୩ରୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ଅଧାରୁ ପାଠ ଛାଡ଼ିଥିବା ଦଶମ ଶିକ୍ଷାର୍ଥୀ ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇ ପାରିବେ । ଏନେଇ ବୁଧବାର ମାଧ୍ୟମିକ ଶିକ୍ଷା ପରିଷଦ ସୂଚନା ଦେଇଛି । ଜୁଲାଇ ୩ରୁ ୮ ଯାଏ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବ । ଏଥିପାଇଁ ମେ ୨୬ ତାରିଖରୁ ଆରମ୍ଭ ହେବ ଫର୍ମ ପୂରଣ । ଯାହାକି ଜୁନ୍ ୧ ଯାଏ ଜାରି ରହିବ ।

ପରୀକ୍ଷା ସୂଚୀ ପରବର୍ତ୍ତୀ ସମୟରେ ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଏଥିସହ ବୋର୍ଡ ପକ୍ଷରୁ ମାଟ୍ରିକ ପରୀକ୍ଷାରେ ବଡ଼ ପରିବର୍ତ୍ତନ କରାଯାଇଛି । ବିଗତ ୨ ବର୍ଷ ଧରି ଦଶମରେ ୨ଟି ସମ୍ମେଟିଭ୍ ପରୀକ୍ଷା ହେଉଥିବା ବେଳେ ଏବେ ବର୍ଷକୁ ଗୋଟିଏ ଥର ବୋର୍ଡ ପରୀକ୍ଷା ହେବ । ସେହିଭଳି ବିଦ୍ୟାଳୟସ୍ତରରେ ସାଷ୍ମାଷିକ ପରୀକ୍ଷା ଅନୁଷ୍ଠିତ ହେବ । ଏଥିପାଇଁ ବୋର୍ଡ ପ୍ରଶ୍ନପତ୍ର ଯୋଗାଇବ । ୨୦୨୩ ମାର୍ଚ୍ଚ ୧୦ରୁ ୨୦ ଯାଏ ସମ୍ମେଟିଭ୍ ଆସେସମେଣ୍ଟ ୨ ପରୀକ୍ଷା ହୋଇଥିଲା । ୫.୩୨ ଲକ୍ଷ ଛାତ୍ରଛାତ୍ରୀ ୩ ହଜାର ୨୧୮ କେନ୍ଦ୍ରରେ ପରୀକ୍ଷା ଦେଇଥିଲେ । ଚଳିତବର୍ଷ ପାସ୍ ହାର ରହିଥିଲା ୯୬.୪୦ ପ୍ରତିଶତ ।

Leave A Reply

Your email address will not be published.