ଅପହରଣ ଓ ଲାଞ୍ଚ ମାମଲାରେ ଏସଆଇ ଜ୍ୟୋତ୍ସ୍ନା ରାୟ ନିଲମ୍ବିତ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଅପହରଣ ଓ ଲାଞ୍ଚ ମାମଲାରେ ନିଲମ୍ବିତ ହେଲେ ଏସଆଇ ଜ୍ୟୋତ୍ସ୍ନା ରାୟ। ନିଲମ୍ବିତ ଏସ୍ଆଇ ଆଠ ମାସ ତଳେ ମୋହନା ଥାନାରେ କାର୍ଯ୍ୟରତ ଥିବା ବେଳେ ନୁଦ୍ରୁଜ ଗ୍ରାମର ପ୍ରିତି ମାଝୀଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ଗଞ୍ଜେଇ ଚାଲାଣ ପାଇଁ ଜବତ ହୋଇଥିବା ପ୍ରିତିଙ୍କ ଅଟୋରିକ୍ସାକୁ ସୁରକ୍ଷିତ ରଖିବା ପାଇଁ ଏହି ଲାଞ୍ଚ ଦିଆଯାଇଥିବା ଅନୁମାନ କରାଯାଉଛି।

ଲାଞ୍ଚ ନେବା ସତ୍ତ୍ୱେ ଜ୍ୟୋତ୍ସ୍ନା ପ୍ରତିଶୃତି ମୁତାବକ ଗାଡି ଛାଡିବାରେ ବିଫଳ ହେବାରୁ ମାର୍ଚ୍ଚ ୨୫ ତାରିଖରେ ତାଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ପରେ ତତ୍କାଳୀନ ଥାନା ଇନ୍ସପେକ୍ଟର ଇନଚାର୍ଜ (ଆଇଆଇସି)ଙ୍କ ପକ୍ଷରୁ ମଧ୍ୟସ୍ଥତା ଉଦ୍ୟମ କରାଯାଇଥିଲା, ଫଳରେ ଜ୍ୟୋତ୍ସ୍ନା ପ୍ରିତିଙ୍କୁ ଟଙ୍କା ଫେରସ୍ତ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ତାଙ୍କ ଅଟୋରିକ୍ସାକୁ ଛାଡ଼ି ଦେଇଥିଲେ।

Leave A Reply

Your email address will not be published.