ବହୁଚର୍ଚ୍ଚିତ ମାନସ ମୃତ୍ୟୁ ରହସ୍ୟରୁ ହଟିବ ପରଦା; ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଗିରଫ

0

ନୟାଗଡ଼ର ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା ଘଟଣାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଗିରଫ। ଭଦ୍ରକ ପୋଲିସ୍ ଏବଂ କ୍ରାଇମବ୍ରାଞ୍ଚର ମିଳିତ ଟିମ୍ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଏବଂ ତାଙ୍କ ସହଯୋଗୀ ଜୁନା ଭୋଇଙ୍କୁ ଆଜି ଭଦ୍ରାକ୍ ଜିଲ୍ଲାର ନାଳଙ୍ଗ ଅଞ୍ଚଳରୁ ଗିରଫ କରିଛି। ଉଭୟ ଅଭିଯୁକ୍ତଙ୍କୁ ଆଜି ଜେଏମଏଫସି ଚାନ୍ଦବାଲି କୋର୍ଟରେ ହାଜର କରାଯିବ।ଉଭୟଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିପାରେ କ୍ରାଇମବ୍ରାଞ୍ଚ। ପୂର୍ବରୁ ଗିରଫ ହୋଇଥିବା ଅନ୍ୟ ୫ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ରିମାଣ୍ଡରେ ନେବାକୁ କ୍ରାଇମ ବ୍ରାଞ୍ଚ ଆବେଦନ କରିବ।

ତେବେ ପୂର୍ବରୁ ଭଦ୍ରକ ପୋଲିସ ଦ୍ବାରା ନିରଂଜନ ସେଠୀଙ୍କୁ ଗିରଫ କରାଯାଇଥିଲା। ଗତ ଫେବୃଆରୀ ମାସ ୭ ତାରିଖରେ ମାନସଙ୍କୁ ହତ୍ୟା କରାଯାଇଥିଲା । ହତ୍ୟା କରିବା ପରେ ମାନସଙ୍କୁ ନୟାଗଡ଼ରେ ନେଇ ପୋତି ଦିଆଯାଇଥିଲା। ଏହି ହତ୍ୟାକାଣ୍ଡରେ କାହାର ସଂପୃକ୍ତି  ନେଇ ଛାନଭିନ୍ ଆରମ୍ଭ କରିଥିଲା ପୋଲିସ । ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏଥିରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ, ତାହା ତଦନ୍ତ ଶେଷ ହେବା ପରେ ଜଣାପଡ଼ିବ।

Leave A Reply

Your email address will not be published.