ପୌର ନିର୍ବାଚନ ପାଇଁ ଇସ୍ତିହାର ପ୍ରସ୍ତୁତ କଲା କଟକ କଂଗ୍ରେସ: ଏହି ସବୁ ଦିଗରେ କରିବ କାମ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କଟକ ନଗର କଂଗ୍ରେସ କମିଟି ପକ୍ଷରୁ ୨୦୨୨ ପୌର ନିର୍ବାଚନ ପାଇଁ ଇସ୍ତାହାର ପ୍ରକାଶ କରାଯାଇଛି। ଦୁର୍ନୀତି ମୁକ୍ତ, ଆଦର୍ଶ ଓ ସମୃଦ୍ଧ କଟକ ସହର ନିର୍ମାଣ ପାଇଁ କଂଗ୍ରେସ ଦଳ ସଂକଳ୍ପ କରିଛି। I ନିର୍ବାଚନରେ ଜିତିଲେ ସିଏମସିର ରାସ୍ତାଘାଟ, ଡ୍ରେନେଜ, ପରିମଳ, ପାନୀୟ ଜଳ, ମଶା ନିରାକରଣ ଭଳି ସମସ୍ୟାକୁ ଗୁରୁତ୍ୱ ଦେବ କଂଗ୍ରେସ ଦଳ। କଟକ ସହରକୁ ବସ୍ତିମୁକ୍ତ ସହର କରିବା ସହ ବସ୍ତି ବାସିନ୍ଦାଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା, ସହରରେ ଏକାଧିକ କ୍ଷୁଦ୍ର ଓ ମଧ୍ୟମ ଫ୍ଲାଇ ଓଭର ବ୍ରିଜ ନିର୍ମାଣ ଲକ୍ଷ୍ୟ ରଖିଛି କଂଗ୍ରେସ।

କଟକର ଦ୍ୱିତୀୟ ରେଳଷ୍ଟେସନ ଭାବେ ନରାଜ ମାର୍ଥପୁର ଷ୍ଟେସନର ସଂପ୍ରସାରଣ ସାଙ୍ଗକୁ ଦୂରଗାମୀ ଟ୍ରେନ ରହଣୀର ଯୋଜନା ରଖିଛି କଂଗ୍ରେସ। କଂଗ୍ରେସ ଦଳ ପକ୍ଷରୁ ପ୍ରକାଶିତ ଇସ୍ତାହାରରେ ୧୪ ଟି ସଂକଳ୍ପ ରଖାଯାଇଛି। ଆଗାମୀ ନିର୍ବାଚନରେ କଂଗ୍ରେସ ଦଳ ମେୟର ଆସନ ହାତେଇବା ସହ ୩୦ ରୁ ଉର୍ଦ୍ଧ୍ବ କର୍ପୋରେଟର ଆସନ ଦଖଲ କରିବ ବୋଲି କଂଗ୍ରେସ ନେତା ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ ଦୃଢୋକ୍ତି କରିଛନ୍ତି।

 

Leave A Reply

Your email address will not be published.