ଗାୟକ ସୌରୀନ ଭଟ୍ଟଙ୍କୁ ଗିରଫ କରିବ କଟକ ପୋଲିସ !

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ବଲିଉଡ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ ବିବାଦ ଘେରରେ ଛନ୍ଦି ହୋଇଛନ୍ତି। ଯୁବତୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ହୋଇଥିଲା। ଏତଲା ପରେ ସୌରୀନଙ୍କ ନାଁରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲା ପୋଲିସ । ମହିଳା ଥାନା ପୋଲିସ ସୌରୀନ ବିରୋଧରେ ମାମଲା ରୁଜୁ କରି ଆରମ୍ଭ କରିଥିଲା ତଦନ୍ତ ।

ବର୍ତ୍ତମାନ ସୌରୀନ ଭଟ୍ଟ ଫେରାର ଅଛନ୍ତି । ତାଙ୍କୁ ଗିରଫ କରିବା ପାଇଁ ଗଠନ ହୋଇ ଏକ ସ୍ଵତନ୍ତ୍ର ଟିମ୍ । ଦୁଇ ଦିନ ଭିତରେ ଏହି ଟିମ୍ ରାଜ୍ୟ ବାହାରକୁ ଯିବ । କଲିକତା ଯିବାର ଯୋଜନା ରହିଛି । କଟକ ସିଡିଏରେ ଥିବା ସୌରୀନଙ୍କ ଅଫିସ ଯାଞ୍ଚ କରାଯାଇଥିବା ବେଳେ ଘର ମାଲିକଙ୍କୁ ପଚରାଉଚରା କରାଯାଇଛି ।

ଅଫିସରେ କାମ କରିଥିବା ସୌରୀନଙ୍କ ଅନ୍ୟ ସହଯୋଗୀଙ୍କୁ ପଚରାଉଚରା କରାଯିବ । ଏନେଇ ସୂଚନା ଦେଇଛନ୍ତି ଜୋନ ୨ ଏସିପି ଅମିତାଭ ମହାପାତ୍ର । କଟକରେ ଯୁବତୀଙ୍କ ସହ ସୌରୀନଙ୍କ ୨୦୧୫ ମସିହାରେ ଭେଟ ହୋଇଥିଲା । ଏହା ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା । ତେବେ ୨୦୧୭ ମସିହାରେ ସୌରୀନ ବିବାହିତ ବୋଲି ଯୁବତୀ ଜଣକ ଜାଣିବାକୁ ପଡ଼ିଥିଲା । ହେଲେ ସୌରୀନ ସଂପୃକ୍ତ ଯୁବତୀକୁ ଧମକ ଚମକ ଦେଇ ଜୋର୍ ଜବରଦସ୍ତ ଶାରୀରିକ ସଂପର୍କ ରଖିଥିବା ନେଇ ସେ ଅଭିଯୋଗ କରିଛନ୍ତି । କେବଳ ଏତିକି ନୁହେଁ ଯୁବତୀଙ୍କ ଠାରୁ ସୌରୀନ ଲକ୍ଷାଧିକ ଟଙ୍କା ଠକି ନେଇଥିବା ନେଇ ମଧ୍ୟ ସେ ଅଭିଯୋଗ କରିଥିବା ସୂଚନା ମିଳିଛି।

Leave A Reply

Your email address will not be published.