ଓଲଟିଲା ସାର ବୋଝେଇ ଟ୍ରକ, ତଳେ ଚାପି ହୋଇ ଅଟୋ ଡ୍ରାଇଭର ଗୁରୁତର

0

ଓଡ଼ିଆ ନ୍ୟୁଜ୍: କଟକ ମଧୁପାଟଣା ପୋଲ ତଳେ ରାସ୍ତାରେ ଓଲଟିଲା ସାର ବୋଝେଇ ଟ୍ରକ। ଟ୍ରକ୍ ତଳେ ଚାପି ହୋଇ ଅଟୋ ଡ୍ରାଇଭର ଗୁରୁତର।ଏହି ଦୁର୍ଘଟଣାରେ ତିନି ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ରବିବାର ସନ୍ଧ୍ୟାରେ କଟକ ପ୍ରେସ ଛକରେ ଘଟିଛି ଦୁର୍ଘଟଣା।

ସୂଚନା ଅନୁସାରେ, ମାଲବାହୀ ଟ୍ରକଟି ପ୍ରଥମେ ଦୁଇଟି ଗାଡ଼ିକୁ ଧକ୍କା ଦେଇଥିଲା। ଆଉ ଏହା ପରେ ଏକ ପାସେଞ୍ଜର ଅଟୋକୁ ଧକ୍କା ଦେଇ ଛକ ନିକଟରେ ଓଲଟି ପଡ଼ିଥିଲେ। ଏହି ଦୁର୍ଘଟଣାରେ ଅଟୋର ଚାଳକ ସମେତ ଅଟୋରେ ଥିବା ଯାତ୍ରୀ ଆହତ ହୋଇଛନ୍ତି ।ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଥିବା ବେଳେ ମଧୁପାଟଣା ଥାନା ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ହଟାଇବାକୁ ପ୍ରକ୍ରିୟା ଆରମ୍ଭ କରିବା ସହ ସ୍ଥିତି ନିୟନ୍ତ୍ରଣ କରିଛି । ତିନି ଆହତଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛି। ତେବେ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି।

Leave A Reply

Your email address will not be published.