ଟ୍ରକ ଧକ୍କାରେ ସାଇକେଲ ଆରୋହୀ ମୃତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଟ୍ରକ ଧକ୍କାରେ ସାଇକେଲ ଆରୋହୀ ମୃତ | ବାଲେଶ୍ଵର ରେମୁଣା ନିର୍ବାଚନ ମଣ୍ଡଳୀ ୧୬ ନମ୍ବର ଜାତୀୟ ରାଜପଥ ବାରୁଣି ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।

ଏହି ଦୁର୍ଘଟଣାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସ୍ଥାନୀୟ ଅଞ୍ଚଳର ଗଣେଶ୍ବର ଗିରି। ଆଜି ସକାଳ ସମୟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଶବ ରଖି ଉତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଥିଲେ।

ପ୍ରାୟ ୪ ଘଣ୍ଟା ଧରି ଯାତାୟତ ବନ୍ଦ ହୋଇଥାଇଥିଲା। ଘଟଣାସ୍ଥଳରେ ଉପ ଜିଲ୍ଲାପାଳ ଓ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ଉତ୍ଯକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

Leave A Reply

Your email address will not be published.