ବେଆଇନ ବାଲି ଉତ୍ତୋଳନକୁ ବିରୋଧ କରି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ କାଠପାଳ ଗ୍ରାମବାସୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବେଆଇନ ବାଲି ଉତ୍ତୋଳନକୁ ବିରୋଧ କରି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ କାଠପାଳ ଗ୍ରାମବାସୀ |ବେଆଇନ ବାଲି ଉତ୍ତୋଳନ କୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ବାରସ୍ଥ ହେଲେ କାଠପାଳ ଗ୍ରାମବାସୀ।

ବାଲେଶ୍ଵର ରେମୁଣା ବ୍ଲକ କାଠପାଳ ଅଞ୍ଚଳବାସୀ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ବାରସ୍ଥ ହୋଇଛନ୍ତି। କାଠପାଳରେ ବାଲି ମାଫିଆ ବେଆଇନ ଭାବରେ ବାଲି ଉତ୍ତୋଳନ କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ପୂର୍ବରୁ ମଧ୍ୟ ସେମାନେ ଏ ସମ୍ପର୍କରେ ଦାବିପତ୍ର ବିଭାଗୀୟ ଅଧିକାରୀମାନଙ୍କୁ ପ୍ରଦାନ କରିଥିଲେ।

ହେଲେ କାର୍ଯ୍ୟାନୁଷ୍ଠାନ କିଛି ହୋଇନାହିଁ। ବାଲି ମାଫିଆ ବେଫିକର ଭାବେ ବାଲି ଉତ୍ତୋଳନ କରି ଚାଲିଥିବବେଳେ ଏହାକୁ ତୁରନ୍ତ ବନ୍ଦ କରିବା ପାଇଁ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ବାରସ୍ଥ ହୋଇଥିଲେ। ଏ ସମ୍ପର୍କରେ ଏକ ଦାବିପତ୍ର ଜିଲ୍ଲାପାଳ ଆଶିଷ ଠାକରେ ଙ୍କୁ ପ୍ରଦାନ କରିଥିଲେ।

Leave A Reply

Your email address will not be published.