ଅଂଶୁଘାତରେ ଶିକ୍ଷୟତ୍ରୀ ଗୁରୁତର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅଂଶୁଘାତରେ ଶିକ୍ଷୟତ୍ରୀ ଗୁରୁତର | ଗୁରୁତର ଶିକ୍ଷୟତ୍ରୀ ଙ୍କୁ ଜୟପୁର ମେଡିକାକୁ ସ୍ଥାନାନ୍ତର | ଗୁରୁତର ଶିକ୍ଷୟତ୍ରୀ ଜଣକ ହେଉଛନ୍ତି ଲାବନ୍ୟ ସିଂ | ଆଜି ତଥା ଶୁକ୍ରବାର ମଧ୍ୟାହ୍ନ୍ନ ବରଟା ବେଳେ କୁନ୍ଦୁରା ବ୍ଲକ ଅନ୍ତର୍ଗତ କୁଡୁମପଦର ନ୍ୟୁ ଅପର ପ୍ରାଇମେରୀ ସ୍କୁଲ ପରିସରରେ ସହ ଶିକ୍ଷୟତ୍ରୀ ଲାବନ୍ୟ ବତୀ ସିଂ ହଟାତ ଅଚେତ ଅବସ୍ଥାରେ ପୋଡ଼ିଯାଇଥିଲେ |

ସ୍ଥାନୀୟ ସ୍କୁଲ ପ୍ରଧାନଶିକ୍ଷତ୍ରୀ ତାଙ୍କ ମୁହଁରେ ପାଣି ମାରିଥିଲେ କିନ୍ତୁ ଚେତା ନ ଆସିବାରୁ ତାଙ୍କୁ ସଙ୍ଗେ ସଙ୍ଗେ କୁନ୍ଦୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କୋରାଯଇଥିଲା କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତି ଗୁରୁତର ହେବାରୁ ଲାବନ୍ୟବତୀ ସିଂ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି |

ପ୍ରଚଣ୍ଡ ଖରା ସହ ତାପମାତ୍ର ବଡିବା ଯୋଗୁଁ ଶିକ୍ଷୟତ୍ରୀ ଅଂଶୁଘାତର ଶିକାର ହୋଇଛନ୍ତି ବୋଲି ଡାକ୍ତର ପ୍ରକାଶ କରିଛନ୍ତି |

Leave A Reply

Your email address will not be published.