ଗାନ୍ଧୀନଗରରୁ ପ୍ରାର୍ଥୀପତ୍ର ଦାଖଲ କଲେ ଶାହ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଲୋକସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଚଳିତ ଥର ମଧ୍ୟ ସମାନ ଆସନ ଅର୍ଥାତ ଗୁଜୁରାଟ ଗାନ୍ଧୀନଗର ସିଟରୁ ନାମାଙ୍କନ ଦାଖଲ କରିଛନ୍ତି । ଏହି ଆସନରୁ ଗତ ଥର ନିର୍ବାଚିତ ହୋଇ ସେ ଲୋକସଭାକୁ ଯାଇଥିବା ବେଳେ ଚଳିତ ଥର ବି ସେ  ସମାନ ଆସନରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି।

ତେବେ ଅମିତ ଶାହ ନାମଙ୍କନ ପତ୍ର ଦାଖଲ କରିବା ସମୟରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ସମେତ ବହୁ ବିଜେପି ନେତା ଉପସ୍ଥିତ ରହିଥିଲେ । ଗାନ୍ଧୀନଗରରେ ବିଶାଳ ରାଲି କରିବା ପରେ ସମର୍ଥନଙ୍କ ସହ ଯାଇ ନାମାଙ୍କନ ଭରିଛନ୍ତି ଶାହ । ତେବେ ଚଳିତ ନିର୍ବାଚନରେ ସିଧାସଳଖ ଭାବେ ଶାହଙ୍କର ସୋନଲ ପଟେଲଙ୍କ ସହିତ ଜୋରଦାର ଲଢେଇ ହେବ । ଶାହଙ୍କ ବିପକ୍ଷରେ କଂଗ୍ରେସ ସୋନଲଙ୍କୁ ଛିଡା କରିଛି ।

ତେବେ ନାମାଙ୍କନ ଭରିବା ସମୟରେ ଅମିତ ଶାହ କହିଛନ୍ତି, “ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ଗାନ୍ଧୀନଗର ଆସନରୁ ଖୋଦ ମୋଦି ଭୋଟର ଅଟନ୍ତି, ଏହା ମୋ ପାଇଁ ଗର୍ବର ବିଷୟ ।” ଏହି ଆସନରେ ଶାହଙ୍କର ସୋନଲ ପଟେଲଙ୍କ ସହ ଲଢ଼େଇ ହେବ । କଂଗ୍ରେସର ପାର୍ଟି ସେକ୍ରେଟେରୀ ସୋନଲ ପଟେଲ ଗାନ୍ଧିନଗର ସିଟ୍‌ରୁ ନାମାଙ୍କନ ଦାଖଲ କରିଛନ୍ତି। ଗୁଜରାଟରେ ମେ’ ୭ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ଓ ଜୁନ୍‌ ୪ ତାରିଖରେ ଫଳାଫଳ ଘୋଷିତ ହେବ ।

Leave A Reply

Your email address will not be published.