ଫୁଡ ଆଲର୍ଜି ନହେବା ପାଇଁ ଏହା କରନ୍ତୁ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) :ଫ୍ରିଜ୍ ଖାଦ୍ୟ, ପ୍ୟାକେଟ୍‌ରେ ଥିବା ଖାଦ୍ୟପାନୀୟ ପାଇଁ ପ୍ରତ୍ୟୁର୍ଜତା (ଆଲର୍ଜି) ହୁଏ। ମା’ମାନେ ପିଲାଙ୍କୁ ଯେଉଁ ଖାଦ୍ୟ ରାନ୍ଧି ଦେଉଛନ୍ତି, କିମ୍ବା ବଜାରରୁ କିଣି ଦେଉଥିଲେ, ସେସବୁକୁ ଭଲ ଭାବେ ଦେଖି ଚାହିଁ ଦେବା ଦରକାର। ପିଲାକୁ ଯଦି ଖାଦ୍ୟ ପ୍ରତି ପ୍ରତ୍ୟୁର୍ଜତା ଥିବ, ତାକୁ ଖାଇଲେ ପେଟ ଖରାପ ଓ ଜ୍ବର ବି ହୁଏ।

ସବୁବେଳେ ଉଷୁମ ଖାଦ୍ୟ ଖାଆନ୍ତୁ। ବାହାର ଫାଷ୍ଟଫୁଡ୍ ଖାଉଥିଲେ, ତାହା ପ୍ରତ୍ୟୁର୍ଜତାର ମୁଖ୍ୟ କାରଣ। ଯେଉଁ ଖାଦ୍ୟ ଖାଇବା ପରେ ବାନ୍ତି ହେବ କିମ୍ବା ଦେହ,ହାତ କୁଣ୍ଡାଇ ହେବ, ଜାଣିବେ ଯେ ଆଲର୍ଜି ହେଉଛି। ଦ୍ବିତୀୟ ଥର ସେଇ ଭୁଲ କରନ୍ତୁନି।

ଖାଇବା ପରେ ଉଷୁମ ପାଣି ସବୁବେଳେ ପିଇବାର ଅଭ୍ୟାସ କରିବା ଦରକାର। ନଖ ଉଷୁମ ପାଣି ପିଇଲେ, ପ୍ରତ୍ୟୁର୍ଜତା ହେବାର ଭୟ କମ୍ ରହେ।

କେତେଜଣ ଆମିଷ ଖାଦ୍ୟ ଖାଇବା ପରେ ସେମାନଙ୍କ ପ୍ରତ୍ୟୁର୍ଜତା ହୁଏ। ଏଥିପ୍ରତି ବି ସତର୍କ ରୁହନ୍ତୁ।

ଖାଦ୍ୟ ପରଷିବା ପୂର୍ବରୁ ଥାଳିକୁ ଭଲରେ ପରିଷ୍କାର କରିନେବାକୁ ଭୁଲିବେନି। ପ୍ରତ୍ୟୁର୍ଜତା ହେବାର ଏହା ଅନ୍ୟତମ ମୁଖ୍ୟ କାରଣ।

Leave A Reply

Your email address will not be published.