ଓଡ଼ିଆ ନ୍ୟୁଜ୍: ଭୂକମ୍ପରେ ଥରିଲା ନୂଆଦିଲ୍ଲୀ। ଭୂକମ୍ପରେ ଦିଲ୍ଲୀ ଏନସିଆର ସମେତ ଭାରତର ଅନେକ ଭାଗରେ ଭୂକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଛି।ଭୂକମ୍ପରେ ଭୟଭୀତ ଲୋକେ। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୬.୨ ଥିଲା। ଏହି ଭୂକମ୍ପ ଭାରତୀୟ ସମୟ ସନ୍ଧ୍ୟା ୭:୦୪ ମିନିଟରେ ଭୂପୃଷ୍ଠରୁ ୨୧୫ କିଲୋମିଟର ଗଭୀରତାରେ ସଂଗଠିତ ହୋଇଥିଲା।ଭୂକମ୍ପର ଝଟକା ଏତେ ଜୋରରେ ଥିଲା ଯେ, ଘର ଓ ଅଫସିରେ ବସିଥିବା ଲୋକେ ଭୟରେ ବାହାରକୁ ଦୌଡ଼ିଥିଲେ।
ହେଲେ ଏଥିରେ ଧନଜୀବନ ନଷ୍ଟ ହେବାର ଖବର ଆସି ନାହିଁ।ଉତ୍ତର-ପଶ୍ଚିମ ଭାରତର କିଛି ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି।ଏପଟେ ଭାରତରେ ଦିଲ୍ଲୀ ବ୍ୟତୀତ ଜମ୍ମୁ-କାଶ୍ମୀର ସମେତ ଉତ୍ତର ଭାରତର କିଛି ରାଜ୍ୟରେ ମଧ୍ୟ ଭୂକମ୍ପର ଜୋରଦାର ଝଟକା ଅନୁଭୂତ ହୋଇଛି।ଆଫଗାନିସ୍ତାନ ବ୍ୟତୀତ ପାକିସ୍ତାନ ଭାରତ, ଚୀନ , ତାଜାକିସ୍ତାନ , ଉଜବେକିସ୍ତାନ, କିର୍ଗିସ୍ତାନ ଓ ତୁର୍କମେନିସ୍ତାନରେ ଦେଖିବାକୁ ମିଳିଛି ଏହାର ପ୍ରଭାବ।