ଓଡ଼ିଆ ନ୍ୟୁଜ୍: ଟ୍ରକ୍କୁ ଧକ୍କାଦେଲା ପୁଲିସ ଭ୍ୟାନ୍; ୨ଡିଏସପିଙ୍କ ସମେତ ତିନି ଗୁରୁତର। ବାଲେଶ୍ବର ଜିଲ୍ଲା୧୬ ନମ୍ବର ଜାତୀୟ ରାଜପଥର ନୂଆଗାଁ ନିକଟରେ ପୁଲିସର ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭଦ୍ରକୁର ଡ୍ୟୁଟି ସାରି ବାରିପଦା ଫେରୁଥିବା ବେଳେ ପୁଲିସର ଗାଡ଼ି ଦୁର୍ଘଟଣାର ସାମ୍ନା କରିଛି। ଦୁର୍ଘଟଣାର ସାମ୍ନା କଲା ପରେ ୨ ଜଣ ଡିଏସ୍ପି ଏବଂ ଗାଡ଼ିର ଚାଳକ ଗୁରୁତର ହୋଇଛନ୍ତି। ଗୁରୁତର ବ୍ୟକ୍ତିମାନେ ହେଲେ ବାରିପଦା ଏଚଆରପିଏସ ଡ଼ିଏସପି ପାସ୍କେଲ ଏକ୍କା, କ୍ରାଇମ ଡ଼ିଏସପି ନିରୁପମା ମଲ୍ଲିକ ଓ ଚାଳକ ବାଦଲ ପ୍ରଧାନ। ମୟୂରଭଞ୍ଜ ବାରିପଦାରେ କାର୍ଯ୍ୟରତ ଏଚଆରପିଏସ ଡ଼ିଏସପି ପାସ୍କେଲ ଏକ୍କା ଓ କ୍ରାଇମ ଡ଼ିଏସପି ନିରୁପମା ମଲ୍ଲିକ ଭଦ୍ରକରେ ମହରମ ଡ୍ୟୁଟିରେ ଯାଇଥିବାବେଳେ ଆଜି ବାରିପଦା ଫେରୁଥିଲେ।
ଅପରାହ୍ନରେ ତାଙ୍କର ଭ୍ୟାନ୍ ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ନୂଆଗାଁ ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛିl କୌଣସି କାରଣ ବଶତଃ ଭ୍ୟାନଟି ଏକ କଣ୍ଟେନର ପଛରେ ଶକ୍ତ ଧକ୍କା ଦେଇଥିଲା। ଭ୍ୟାନଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବାବେଳେ ସ୍ଥାନୀୟ ଲୋକ ୨ଡ଼ିଏସପିଙ୍କ ସମେତ ଚାଳକ ବାଦଲ ପ୍ରଧାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରେମୁଣା ମେଡିକାଲ କଲେଜରେ ଭର୍ତ୍ତି କରିଛନ୍ତି।