ପ୍ରତିଦିନ ଖାଆନ୍ତୁ ମାତ୍ର ଗୋଟିଏ କଦଳୀ, ଶରୀରକୁ ମିଳିବ ଏହି ସବୁ ଫାଇଦା

0

ଓଡିଆ ନ୍ୟୁଜ (ବ୍ୟୁ୍ରୋ) : ପୋଟାସିୟମର ଉକ୍ରୃଷ୍ଟ ଉପାଦାନ ରହିଥିବା କଦଳୀ ସ୍ୱାସ୍ଥ୍ୟକର ହେବା ସହ ଆମ ଶରୀର ପକ୍ଷେ ମଧ୍ୟ ହିତକର କହିଲେ କୌଣସି ଅତ୍ୟୁକ୍ତି ହେବ ନାହିଁ । କଦଳୀକୁ ସବୁଠୁ ସ୍ୱାସ୍ଥ୍ୟକର ଖାଦ୍ୟ ପଦାର୍ଥ ଭାବେ ଗଣାଯାଇଥାଏ । ଯଦି ଆପଣ ନିଜ ଓଜନ କମାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ କଦଳୀ ଖାଇବା ଉଚିତ୍‌ । ଗୋଟିଏ କଦଳୀରେ ୩ଗ୍ରାମ୍‌ ଫାଇବର ଏବଂ ୧୦୦ କ୍ୟାଲୋରୀ ରହିଥାଏ । ଏଥିପାଇଁ କଦଳୀକୁ ସବୁଠୁ ଉକ୍ରୃଷ୍ଟ ହାଲୁକା ଭୋଜନ ଭାବେ ଗ୍ରହଣ କରିବା ଉଚିତ୍‌ । କଦଳୀ ଖାଇବା ଦ୍ୱାରା ଆପଣଙ୍କ ପେଟ ମଧ୍ୟ ଭର୍ତ୍ତି ହେବା ଭଳି ଲାଗିଥାଏ ଏବଂ ଏହା ଭୋକକୁ ନିୟନ୍ତ୍ରଣ କରିଥାଏ ।

ଆପଣମାନେ ଜାଣିଥିବେ କଦଳୀରେ ପୋଟାସିୟମ୍‌ ଏବଂ ମାଗ୍ନେସିୟମ୍‌ ପ୍ରଚୁର ମାତ୍ରାରେ ରହିଛି । କଦଳୀରୁ ଶକ୍ତି ଧୀରେ ଧୀରେ ବାହାରିଥାଏ ଯାହା ଦ୍ୱାରା ଆମ ମସ୍ତିଷ୍କ ସଚେତନ ହୋଇଥାଏ । କଦଳୀ ମସ୍ତିଷ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । କଦଳୀରେ ଟ୍ରିଫୋନ ରହିଛି ଯାହା ଆଗକୁ ଯାଇ ସେରେଟୋନିନରେ ପରିଣତ ହୋଇଥାଏ ଏବଂ ମସ୍ତିଷ୍କରେ ସେରେଟୋନିନର ଅଭାବ ଯୋଗୁଁ ଅବସାଦ ଏବଂ ଉଦବେଗ ଏବଂ ବିତୃଷ୍ଣା ଭାବ ସୃଷ୍ଟି ହୋଇଥାଏ ।

ଏଥିପାଇଁ ଉତ୍ତମ ମାନସିକ ସ୍ୱାସ୍ଥ୍ୟ ପାଇଁ ଏବଂ ଅବସାଦରୁ ମୁକ୍ତି ପାଇବା ପାଇଁ କଦଳୀ ଖାଇବା ଉଚିତ୍‌ । କଦଳୀ ଶରୀରରେ କ୍ୟାଲସିୟମ୍‌ ଶୋଷିତ କରିବାରେ ସାହାଯ୍ୟ କରିଥାଏ । କ୍ୟାଲସିୟମ ଶରୀରରେ ପହଞ୍ଚିଲେ ହାଡ଼ ମଜବୁତ କରିଥାଏ । ଶରୀରରେ ପହଞ୍ଚିଲେ ହାଡ଼ ମଜବୁତ କରିଥାଏ । ଶରୀରରେ ଜରୁରୀ ପୋଷକ ତତ୍ୱ ଏବଂ ଫାଇବର ସ୍ଥାନ ପୂରଣ କରିବା ପାଇଁ ଦିନକୁ ଗୋଟିଏ କଦଳୀ ନିୟମିତ ଖାଇବା ଉଚିତ୍‌ ଆପଣ ବ୍ୟାୟାମ କରିବା ପୂର୍ବରୁ କିମ୍ବା ବ୍ୟାୟାମ କରିବା ପରେ କଦଳୀ ଖାଇପାରିବେ ।

Leave A Reply

Your email address will not be published.