ଖାଲି ପେଟରେ ଖାଆନ୍ତୁ ଏହି ଦୁଇଟି ଜିନିଷ, ଡାଇବେଟିସ, ହାର୍ଟ ସମସ୍ୟା , ଥଣ୍ଡା ସର୍ଦ୍ଦିରୁ ମିଳିବ ମୁକ୍ତି

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ଆମକୁ ବହୁ ରୋଗ ଗ୍ରାସ କରିଥାଏ । ଆଜିକା ଯୁଗରେ ସୁସ୍ଥ ରହିବା ସହିତ ରୋଗ ଆଶଙ୍କାରୁ ବଞ୍ଚିବା ଅତ୍ୟନ୍ତ ଆବଶ୍ୟକ ।  ଆମ ଶରୀରକୁ ସୁସ୍ଥ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ରସୁଣ । ତେବେ ଆସନ୍ତୁ ଜାଣିବା ରସୁଣ ଓ ଗରମ ପାଣିରୁ ମିଳୁଥିବା ଅହେତୁକ ଫାଇଦା ସମ୍ପର୍କରେ…

ଦୁଇ ପାଖୁଡା ରସୁଣକୁ ଗରମ ପାଣି ସହ ଖାଇଲେ କୌଣସି ରୋଗ ପାଖକୁ ଆସି ନଥାଏ  ।

ଡାଇବେଟିସରୁ କରିଥାଏ ରକ୍ଷା
ଡାଇବେଟି ସ ଏକ ଲାଇଫ ଷ୍ଟାଇଲ ରୋଗ  । କେବେ କେବେ ଏହା ଜେନେଟିକ ମଧ୍ୟ ହୋଇଥାଏ  । ଗରମ ପାଣି ସହ ଦୁଇ ପାଖୁଡା ରସୁଣ ଖାଇବା ଦ୍ୱାରା ଇମୁ୍ୟନିଟି ସିଷ୍ଟମ ମଜବୁତ ହୋଇଥାଏ  । ଏଣ୍ଟି ଡାୟାବେଟିକ ଗୁଣ ଡାଇବେଟିଜ କାରଣରୁ ହେବାକୁ ଥିବା ଅସୁବିଧାରୁ ସୁରକ୍ଷା ଦେଇଥାଏ  ।

ହାର୍ଟକୁ ରଖେ ସୁରକ୍ଷିତ
ଗରମ ପାଣି ସହ ରସୁଣ ଖାଇଲେ ଏହା ହାର୍ଟକୁ ସୁରକ୍ଷିତ ରଖିଥାଏ  । ଏଥିରେ କାର୍ଡିଓ ପ୍ରୋଟେକ୍ଟିଭ ଆକ୍ଟିଭିଟି ମିଳିଥାଏ  । କଞ୍ଚା ରସୁଣ ସେବନ କରିବ ଦ୍ୱାରା ଆପଣ ହାର୍ଟ ସମ୍ପର୍କିତ ରୋଗ କବଜାରେ ଆସିବେ ନାହିଁ  । ଏହା ବ୍ଲଡ ସର୍କୁଲେସନକୁ ମେଣ୍ଟେନ କରିଥାଏ  ।

ସର୍ଦ୍ଧି କାଶରୁ ରକ୍ଷା
ସକାଳେ ଖାଲି ପେଟରେ ରସୁଣ ନେବା ଯୋଗୁ ଏହା ଆଣ୍ଟି କୋଲ୍ଡ ଓ ଆଣ୍ଟି କଫ ଭଳି କାମ କରିଥାଏ  । ଏହା ବଡ ବ୍ୟାକ୍ଟେରିଆଲ ସଂକ୍ରମଣରୁ ରକ୍ଷା କରିଥାଏ  ।

ବ୍ଲଡ ପ୍ରେସର କରିଥାଏ କଣ୍ଟ୍ରୋଲ
ରସୁଣରେ ଥିବା ତତ୍ତ୍ୱ ରକ୍ତକୁ ପ୍ରାକୃତିକ ଉପାୟରେ ପତଳା କରିଥାଏ  । ସକାଳେ ଖାଲି ପେଟରେ କଞ୍ଚା ରସୁଣକୁ ଖାଇବା ଦ୍ୱାରା ବ୍ଲଡ ପ୍ରେସର କଣ୍ଟ୍ରୋଲରେ ରହିଥାଏ  ।

କୋଲେଷ୍ଟରାଲ କମ କରେ
ରସୁଣ କୋଲେଷ୍ଟରଲ କମ କରିବାରେ ବହୁତ ସହାୟକ ହୋଇଥାଏ  । ସକାଳେ ଖାଲି ପେଟରେ ଦୁଇ ପାଖୁଡା ରସୁଣ ଖାଇବା ଦ୍ୱାରା କୋଲେଷ୍ଟରାଲ ହ୍ରାସ ପାଇଥାଏ  ।

ହଜମ ଓ ପୌରୁଷ ଶକ୍ତି ବଢ଼ାଇଥାଏ
ଗରମ ପାଣି ସହ ପ୍ରତିଦିନ ୨ ପାଖୁଡା ରସୁଣ ଖାଇବା ଦ୍ୱାରା ଶରୀର ଡିଟକ୍ସିଫାଏ ହୋଇଥାଏ  । ଏହାସହ ହଜମ ଓ ପୌରୁଷ ଶକ୍ତି ବୃଦ୍ଧି କରିଥାଏ  ।

Leave A Reply

Your email address will not be published.