ହାଇକୋର୍ଟରେ ନବ ଦାସ ହତ୍ୟା ନେଇ ଜନସ୍ବାର୍ଥ ମାମଲା ରୁଜୁ

0

ଓଡ଼ିଆ ନ୍ୟୁଜ୍: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ପୁଣି ଏବେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ମାମଲାର ସିବିଆଇ ତଦନ୍ତ ଆବେଦନ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଭାରତୀୟ ବିକାଶ ବିକାଶ ପରିଷଦର ଆବାହକ ସୁରେନ୍ଦ୍ର ପାଣିଗ୍ରାହୀ ଶୁକ୍ରବାର ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା କରି କରିଛନ୍ତି।

ନବ ଦାସଙ୍କ ହତ୍ୟାକାଣ୍ଡ ତଦନ୍ତ, ମମିତା ମେହେର ଘଟଣାରେ ହୋଇଥିବା କ୍ରାଇମବ୍ରାଞ୍ଚ୍ ତଦନ୍ତ ଭଳି ସନ୍ତୋଷଜନକ ନଥିଲା ଆବେଦନରେ ଦର୍ଶାଇଛନ୍ତି ସୁରେନ୍ଦ୍ର। ଏଥିପାଇଁ ଏହି ଘଟଣାରେ ସିବିଆଇ ଦତନ୍ତ ଦାବି କରିଛନ୍ତି। ରାଜନୈତିକ ଅଭିସନ୍ଧି ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କର ଯାଇଛି। ତେଣୁ ରାଜ୍ୟ ପୋଲିସ ଏବଂ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ହେଲେ ଏଥିରେ ସ୍ବଚ୍ଛତା ରହିବ ନାହିଁ ବ୍ଲି ସେ ଦାବି କରିଛନ୍ତି।

Leave A Reply

Your email address will not be published.