ଓଡ଼ିଆ ନ୍ୟୁଜ୍: ଶନିବାର ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଦୀଘା ସମୁଦ୍ରରେରେ ଏକ ଟ୍ରଲର ଯାନ୍ତ୍ରିତ ତ୍ରୁଟି କାରଣରୁ ବୁଡ଼ି ଯାଇଛି। ତେବେ ଏଥିରେ ଥିବା ୯ ଜଣ ମତ୍ସଜୀବୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଶୁକ୍ରବାର ଅପରାହ୍ନରେ ୯ଜଣ ମତ୍ସ୍ୟଜୀବୀ ଦିଘା ସମୁଦ୍ରଳକୁ ମାଛ ଧରିବାକୁ ଯାଇଥିଲେ। ମାଛ ଧରିବା ପରେ ଫେରୁଥିବାବେଳେ ଟ୍ରଲରରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହା ସମୁଦ୍ରରେ ବୁଡ଼ି ଯାଇଥିଲା।
ତେବେ ମତ୍ସ୍ୟଜୀବୀଙ୍କୁ ଏକ ସ୍ପିଡ୍ ବୋଟ୍ ଦ୍ବାରା ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ସମସ୍ତ ମତ୍ସଜୀବୀ ସୁସ୍ଥ ଅଛନ୍ତି।