ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ FBI ର ଚଢ଼ଉ; ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନେଇଥିବା ଅଭିଯୋଗରେ ଚଢ଼ଉ

0

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ରେଡ୍। ଫ୍ଲୋରିଡା ସ୍ଥିତ ଘର, ରେଶୋର୍ଟ ଏବଂ ଫାର୍ମ ହାଉସରେ ଏଫବିଆଇ ଟିମ୍ ଚଢ଼ଉ କରିଛି। ଖବର ଅନୁଯାୟୀ, ଗତ ବର୍ଷ ଟ୍ରମ୍ପ ଯେତେବେଳେ ହ୍ୱାଇଟ ହାଉସ ଛାଡିଥିଲେ, ସେତେବେଳେ ସେ ତାଙ୍କ ସହ କିଛି ଡକ୍ୟୁମେଣ୍ଟ ନେଇଥିବା ଅଭିଯୋଗ ହୋଇଛି। ତେବେ ଏପର୍ଯ୍ୟନ୍ତ ଏଫବିଆଇ ଦ୍ୱାରା ଏହି ଅଭିଯୋଗ ପ୍ରମାଣିତ ହୋଇନାହିଁ। ଏନେଇ ସେ ଟ୍ରମ୍ପ କହିଛନ୍ତି ଯେ ଫ୍ଲୋରିଡାର ପାଲମ ବିଚରେ ଥିବା ତାଙ୍କ ମାର-ଏ-ଲାଗୋ ଘରକୁ ସୋମବାର FBI ଦ୍ୱାରା ଚଢ଼ଉ କରାଯାଇଥିଲା। ସେ କହିଛନ୍ତି ଯେ ଏଫବିଆଇ ଦ୍ୱାରା ଏହି ଘର ଜବତ କରାଯାଇଛି। ଏଠାରେ ବହୁ ସଂଖ୍ୟକ ଏଜେନ୍ସି ଲୋକ ଅଛନ୍ତି ଏବଂ ସେମାନେ ଏହି ଘରକୁ ଅବରୋଧ କରିଛନ୍ତି।

ଏଥି ସହିତ ଟ୍ରମ୍ପ କହିଛନ୍ତି ଯେ ଆମେରିକା ପାଇଁ ଏହା ଏକ ଅନ୍ଧକାର ସମୟ। ଦେଶର ୪୫ ତମ ରାଷ୍ଟ୍ରପତିଙ୍କ ଘରେ ଜବରଦସ୍ତ ପ୍ରବେଶ କରି ଏଫବିଆଇ କର୍ମଚାରୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେ କହିଛନ୍ତି ଯେ ମୋ ଘରେ ଏଭଳି ଅଘୋଷିତ ଆକ୍ରମଣ ଠିକ୍ ନୁହେଁ। ସେ କହିଛନ୍ତି ଯେ ଏହି ଆକ୍ରମଣ ନ୍ୟାୟ ବ୍ୟବସ୍ଥାର ଅପବ୍ୟବହାର। ସେ ଏହାକୁ ରେଡିକାଲ୍ ଲେଫ୍ଟ ଡେମୋକ୍ରାଟଙ୍କ ଆକ୍ରମଣ ବୋଲି କହିଛନ୍ତି ଏବଂ କହିଛନ୍ତି ଯେ ସେ ୨୦୨୪ ରେ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ସେ ଦାବି ଉପସ୍ଥାପନ କରନ୍ତୁ ବୋଲି ସେମାନେ ଚାହୁଁ ନାହାନ୍ତି। ମତେ ନିର୍ବାଚନ ଲଢ଼ିବାରୁ ରୋକା ଯାଉଛି। ସେ ଏହି ଘଟଣାକୁ ଆକ୍ରମଣ ବୋଲି ବର୍ଣ୍ଣନା କରିଛନ୍ତି।

Leave A Reply

Your email address will not be published.